୪୫ ବର୍ଷରେ କେସିଙ୍ଗା ଗଜଲକ୍ଷ୍ମୀ ପୂଜା 

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର ଧର୍ମନଗରୀ କେସିଙ୍ଗାଠାରେ ଜଗନ୍ନାଥ ପଡ଼ା ଲକ୍ଷ୍ମୀପୂଜା କମିଟି ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଗତ ୫ ତାରିଖ ରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୪୫ ବର୍ଷରେ ପଦାର୍ପଣ କରିଛି। ଆକର୍ଷଣୀୟ ମେଢ଼ ସହିତ ଚିତାକର୍ଷକ ଏଲଇଡି ଲାଇଟ ସାଙ୍ଗକୁ ମିନାବଜାର ଦେଖଣାହାରି କୁ ମନମୁଗ୍ଧ କରୁଛି। ଚଳିତ ବର୍ଷ ୧୦ ଦିନ ପୂଜା ସାଙ୍ଗକୁ ପ୍ରତିଦିନ ରାତିରେ ଭଜନ ସନ୍ଧ୍ୟା, ସମ୍ବଲପୁରୀ ମେଲୋଡି ଓ ଭିନ୍ନଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ସ୍ଥିରୀକୃତ ହୋଇଛି। ଯାହାକୁ ମନଭରି ଉପଭୋଗ କରୁଛନ୍ତି କେସିଙ୍ଗା ବ୍ୟତୀତ ଆଖ ପାଖ ଗାଁର ଶ୍ରଦ୍ଧାଳୁ। ଚଳିତ ବର୍ଷ ସଭାପତି ଭାବରେ ସୁଶାନ୍ତ ମହାପାତ୍ର ଦାଇତ୍ୱ ନିର୍ବାହ କରୁଥିବାବେଳେ ସମ୍ପାଦକ ଦାଇତ୍ୱରେ ଅଛନ୍ତି ସନ୍ତୋଷ ଦାସ ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସିଲୁ ପରିଡ଼ା, ସୁରେଶ ରାଓ, ମୋହନ କୁମାର ସାହା, ସଞ୍ଜୟ ମହାନ୍ତି, ସୁରେଶ ମହାନନ୍ଦ, ନବୀନ ବିଶି, ରମେଶ ମଲ୍ଲିକ, ପ୍ରମୋଦ ଦାସ, ସୌମେନ୍ଦ୍ର ମହାନ୍ତି ପ୍ରମୁଖ ମୁଖ୍ୟ ଦାଇତ୍ୱରେ ଥିବାବେଳେ ନଳୀନ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ ଦାଇତ୍ୱ ସମ୍ପାଦନ କରୁଛନ୍ତି। ଭସାଣି ଉତ୍ସବ ୧୫ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଭସାଣି ଉତ୍ସବ ରେ ଘଣ୍ଟବାଦ୍ୟ, ଦୁଲଦୁଲି ବଜା, ମୟୂର ଡ୍ୟାନ୍ସ, ବାଘନାଚ ଓ ମାଦଳ ର ତାଳେ ତାଳେ ମାଁ ଧନଧାତ୍ରୀ ଙ୍କୁ ବିଦାୟ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କେସିଙ୍ଗା ବ୍ଲକରେ ମାସାଣିମୁଣ୍ଡା, ପରଲସିଙ୍ଗା, ମଶାଣିବନ୍ଧରେ ମଧ୍ୟ ଧୁମଧାମରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି।