ପୂର୍ବତନ ସମିତି ସଭ୍ୟଙ୍କ ପରଲୋକ

ମ,ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସାଇଦଳଙ୍ଗା ପଞ୍ଚାୟତର ସମିତି ସଭ୍ୟ ପଙ୍କଜ ସାହୁଙ୍କ ହୃଦଘାତରେ ବରଗଡ ସ୍ଥିତ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ସ୍ବର୍ଗତ ସାହୁଙ୍କ ପୁତ୍ର ବଳରାମ ସାହୁ ମୁଖାଗ୍ନି ଦେଇ ଥିବାବେଳେ ଅନ୍ତିମ ସମୟରେ ବଧୂ ରୁନି ଶ୍ରୀ ସାହୁ, ପୁତ୍ର ପ୍ରଶ୍ନ ସାହୁ, ବଧୂ ପଦ୍ମୀନୀ ସାହୁ, ଝିଅ ଜନନୀ ସାହୁ, ଜ୍ବାଇଁ ଜାନକୀ ବଲ୍ଲଭ ସାହୁ ସେଷକୃତ୍ଯ ସମୟରେ ଉପସ୍ଥିତ ଥିବାବେଳେ ବିଜେଡି, ବିଜେପି, କଂଗ୍ରେସର ବହୁ ନେତା କର୍ମୀ ସାଧୁ ସନ୍ଥ ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତି ରେ ସେ କୃତ୍ୟ ସଂପନ୍ନ ହୋଇଥିଲା। ସ୍ବର୍ଗତ ସାହୁ ମ, ରାମପୁର ବ୍ଲକ ର ଭାରତୀୟ ଜନତା ପାର୍ଟିର ପୂର୍ବତନ ବ୍ଲକ ସଭାପତି, ବମକ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ, ପଶ୍ଚିମାଞ୍ଚଳର ରାମଜୀ ସାଂସ୍କୃତିକ ଭାଗବତ ସତସଙ୍ଗ ସଭାପତି, ତୈତିଳ ହଳଦୀଆ ସାହୁ ସମାଜର ପୂର୍ବତନ ବ୍ଲକ ସଭାପତି, ବାଙ୍କେଲ ନୀଳକଣ୍ଠେଶ୍ଵର ଯୁବକ ସଙ୍ଘର ପୂର୍ବତନ ସଭାପତି ଥିଲେ । ସ୍ବର୍ଗତ ସାହୁଙ୍କ ବିୟୋଗରେ ମ, ରାମପୁର ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।