କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ମାଁ ମାଣିକେଶ୍ବରୀ ଯୁବ ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ନାରାୟଣ ଯୋଶୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୂଆଁଗାଁ ରତାଳୁପଡା ବସଷ୍ଟାଣ୍ଡ ଖେଳ ପଡିଆଠାରେ ବୁଧବାର ଉଦଯାପିତ ହୋଇଯାଇଛି। ଭକ୍ତରାମ ଶବର, ତ୍ରିନାଥ ମାଝୀ, ମଙ୍ଗରାଜ ବନ୍ଦୀଛୋଡ ଖେଳ ପରିଚାଳନା କରିଥିଲେ, ଦୁଃଶାସନ ଖରସେଲ ରାଧେ ଶ୍ୟାମ ସରାଫ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍ବର୍ଗତ ନାରାୟଣ ଯୋଶୀଙ୍କ ସୁପୁତ୍ର ସସିସେନ୍ ଯୋଷୀ, ସୁରେନ୍ଦ୍ର ମୋହନ ଯୋଷୀ, ମହେନ୍ଦ୍ର ଯୋଷୀ, ଉପେନ୍ଦ୍ର ମୋହନ ଯୋଷୀ, ଶେଷଦେବ ଯୋଷୀଙ୍କ ଆୟୋଯିତ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଘନଶ୍ୟାମ ନାଏକ, ମୁଖ୍ୟ ବକ୍ତା ଭାବରେ ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ସମ୍ମାନିତ ଅତିଥି ଭାବରେ ଇଶ୍ୱରୀ ପ୍ରସାଦ ପଣ୍ଡା, ସୁଶିଲ କୁମାର ଜୈନ, ବରିଷ୍ଠ ବିଜେପି ନେତା ମାଙ୍ଗେଲାଲ୍ ବାଗ, ଅଜିତ ମୁଣ୍ଡ, ସମିତି ସଭ୍ୟ ବବୃବାହାନ ପୁଝାରୀ, କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା, ସୁଧୀର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଅଭିବାଦନ କରିବା ସହ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ପ୍ରଦର୍ଶନରେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନୀ ଦିବସରେ ପ୍ରଥମ ସେମି ଫାଇନାଲ ମ୍ୟାଚ ତରାପୁର ସର୍ଗିଗୁଡ଼ା ଏବଂ ବାନେର ମଧ୍ୟରେ ଅନୁଷ୍ଠିତ ହେଇଥିଲା, ବାନେର ଖେଳାଳି ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିବାବେଳେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଝାର କୁଣ୍ଡାମାଲ ଓ ବଣୀଯରା କର୍ଲାକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଝାରକୁଣ୍ଡାମାଲ ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚ ଝାର କୁଣ୍ଡାମାଲ ଏବଂ ବାନେର ମଧ୍ୟରେ ସଂଘର୍ଷ ଖେଳ ହୋଇଥିବା ବେଳେ କେହି କାହାରିକୁ ଗୋଲ ସ୍କୋର କରିପାରି ନ ଥିବାରୁ ପେନାଲଟି ଗୋଲରେ ଝାରକୁଣ୍ଡାମାଲ ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ। ମାଣିକେଶ୍ଵରୀ ଯୁବ ଅନୁଷ୍ଠାନ ତଥା ପରିଚାଳନା କମିଟିର ରୋହିତ ହଂସ, ରାଧାମୋହନ ସାହୁ, ସୁମନ୍ତ ନାଏକ, ଗଣେଶ୍ ବାଗ, ଗୋପାଳ କୃଷ୍ଣ ଚନ୍ଦନ ସମେତ ନୂଆଗାଁ ଏବଂ ରତାଳୁପଡା ଖେଳ ପ୍ରେମୀ ସମୂହ ସକ୍ରିୟ ସହଯୋଗ କରିଥିଲେ।



