ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ ଅଭିଯୋଗ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ପ୍ରଜାନାଗଫେଣି ଗ୍ରାମର ଗିରିରାଜ ବାଣୁଆଁ (୨୫) ଗତ ଚାରି ମାସ ତଳେ ପେଟପାଟଣା ପାଇଁ ସୁଦୁର ବାଙ୍ଗାଲୋରରେ କାମ କରିବାକୁ ଯାଇଥିଲେ। ତେବେ ମଙ୍ଗଳବାର ଦିନ ଅପରାହ୍ନରେ ସେ ଟ୍ରେନରେ ଧକ୍କାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଖବର ପାଇବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ସ୍ଥାନୀୟ ଆଦିବାସୀ ସଂଘ ମଧ୍ୟ ତତ୍ପରତା ସହିତ କଳାହାଣ୍ଡି ଜିଲ୍ଲାପାଳ ଓ ଲେବର ଅଫିସରଙ୍କ ସହ ଆଲୋଚନା କରିବାସହ ଶବ କିପରି ଗାଁ କୁ ଆସିବ ତାର ବ୍ୟବସ୍ଥାରେ ଲାଗିପଡିଛିନ୍ତି ତଥା ପରିବାର ବର୍ଗଙ୍କୁ ଧୈର୍ଯ୍ୟର ସହ ଛିଡା ହେବାକୁ ଅନୁରୋଧ କରିଛନ୍ତି। ଆଦିବାସୀ ସଂଘ ମୃତ ଦେହ ଗାଁକୁ ଆଣିବା ସହ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।