ଅଚିହ୍ନା ବୃଦ୍ଧାଙ୍କ ଶବ ଉଦ୍ଧାର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ ୮ ସ୍ଥିତ ରାମବନ୍ଧ ନିକଟରେ ମଙ୍ଗଳବାର ଦିନ ଏକ ଖାଲରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କ ଶବ ମିଳିଛି। ୱାର୍ଡ ବାସୀ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସକୁ ଖବର ଦେବାପରେ ପୋଲିସ ପହଂଚି ଶବ ଜବତ କରି ମେଡିକାଲ କୁ ପଠାଇ ଦେଇଛନ୍ତି। ସୂଚନା ଅନୁଯାୟୀ ୩ ଦିନ ପର୍ଯ୍ୟନ୍ତ ଶବ କୁ ରଖିବା ପରେ ଯଦି କୌଣସି ବ୍ୟକ୍ତି କିମ୍ବା ନିଜ ଲୋକ ନ ଆସନ୍ତି ତାହାହେଲେ ଶବକୁ ସ୍ଥାନୀୟ ପ୍ରଶାସନ ଦାହ କରିବା ବୋଲି ସୂଚନା ରହିଛି। ୱାର୍ଡ ବାସୀଙ୍କ କହିବା ଅନୁସାରେ ବୃଦ୍ଧା ଜଣେ ମାନସିକ ରୋଗୀ ଥିଲେ ସେ କୋଉ ଅଞ୍ଚଳର ଆମେ ଜାଣିନୁ ଖବର କାଗଜରେ ପ୍ରକାଶିତ ବୃଦ୍ଧଙ୍କ ଫୋଟୋ ଦେଖି ତାଙ୍କ ପରିବାର ଲୋକେ କିମ୍ବା ତାଙ୍କ ଗ୍ରାମ ଲୋକ କିଛି ଜାଣିଲେ ସ୍ଥାନୀୟ କେସିଙ୍ଗା ପୋଲିସ ଷ୍ଟେସନକୁ ଯୋଗାଯୋଗ କରିବା ପାଇଁ କେସିଙ୍ଗା ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।