ଯୋରାଡ଼ବରା ଛକ ଅଂଚଳରେ ବେଆଇନ ମଦ ବିକ୍ରୟକୁ ତୀବ୍ର ବିରୋଧ

କର୍ଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପବିତ୍ର ସାହୁ) : ଦେଶୀ ଭାଟି ମ୍ୟାନେଜର ସ୍ଥାନୀୟ କେତେକ ଅସାଧୁ ମଦ ବେଫାରୀଙ୍କୁ ନେଇ  ଖୁଲମ ଖୁଲା ବିଭିନ୍ନ ସ୍ଥାନ ମାନଙ୍କରେ ମଦ ବୀକ୍ରୟ କରୁଛନ୍ତି। ଏହାର ଜଳନ୍ତା ଉଦାହରଣ କଳାହାଣ୍ଡି ଜିଲ୍ଲା କର୍ଲାର୍ମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ଛକ ଅଞ୍ଚଳରେ ଦେଖିବାକୁ ମିଳିଛି।  ଏନେଇ ସ୍ଥାନୀୟ ବାସୀ ଓ ଦୋକାନୀ ମାନେ ପୂର୍ବରୁ ଅନେକ ଥର କୁଶୁର୍ଲା ଦେଶୀ ମଦ ଭାଟି ମ୍ୟାନେଜରଙ୍କୁ ଛକ ଅଞ୍ଚଳରେ ମଦ ବିକ୍ରୟ ବନ୍ଧ କରିବାକୁ ଅନୁରୋଧ କରିଥିଲେ।  ହେଲେ  ଭାଟି ମ୍ୟାନେଜର ଅବମାନନା କରି ଛକ ମାନଙ୍କରେ ମଦ ବୀକ୍ରୟ କରୁଛନ୍ତି। ଯୋରାଡ଼ବରା ଛକ ଅଞ୍ଚଳରେ ହାଇସ୍କୁଲ, କସ୍ତୁରବା ଗାନ୍ଧୀ ଛାତ୍ରୀନିବାସ, ଭାରତୀ ବିଦ୍ୟାନିକେତନ, ସ୍ୱରସ୍ବତୀ ଶିଶୁମନ୍ଦିର, ହରଗୌରୀ ମହାବିଦ୍ୟାଳୟ, ଅମର ଯୁକ୍ତତିନି ମହାବିଦ୍ୟାଳୟ, ଏୟାରବୈଦିକ ଡାକ୍ତର ଖାନା, ଭାରତୀୟ ଷ୍ଟେଟବ୍ୟାଙ୍କ, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ଯାତ୍ରୀ ବିଶ୍ରାମସ୍ଥଳୀ ତଥା ବିଭିନ୍ନ ଦୋକାନ ବଜାର ଥିବାରୁ ଉକ୍ତ ଛକରେ ପ୍ରତ୍ୟେକ ଦିନ ଗହଳି ରହିଥାଏ। କିନ୍ତୁ କୁଶୁର୍ଲା ଦେଶୀ ମଦ ଭାଟିର ମ୍ୟାନେଜର ଗୁଣ୍ଡା ରାଜ ଚଳାଇ ଛକର ବିଭିନ୍ନ ସ୍ଥାନରେ ମଦଦୋକାନ ଖୋଳିଲା ଭଳି ଖୁଲମ ଖୁଲା ମଦ ବିକ୍ରୟ କରୁଛନ୍ତି। ଯାହାଫଳରେ ବିଭିନ୍ନ ଅଞ୍ଚଳରୁ ଦୋକାନ ବଜାର କୁ ଆସୁଥିବା ବ୍ୟକ୍ତି ମାନେ ମଦର ଶିକାର ହେଉଛନ୍ତି। ସେହିପରି ମଦ୍ୟପ ମାନେ ମଦ ପିଇ ରାସ୍ତା ଘାଟରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଝଗଡା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ସ୍କୁଲ ଓ କଲେଜ କୁ ଆସୁଥିବା ଛାତ୍ର ଛାତ୍ରୀ ତଥା ଦୋକାନ ବଜାର କୁ ଆସୁଥିବା ଲୋକମାନେ ମଦ୍ୟପ ମାନଙ୍କ ସମ୍ମୁଖୀନ ହୋଇ ହଇରାଣ ହରକତ ହଉଥିବା ଅଭିଯୋଗ ହେଉଛି। ଏନେଇ ଯୋରାଡବରା ଛକରେ ବସବାସ ବରୁଥିବା ଏବଂ ଦୋକାନୀ ମାନେ ଗତ ସୋମବାର ଦିନ ମ. ରାମପୁର ଥାନା ଓ ଅବକାରୀ ବିଭାଗକୁ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହାର ସୁଫଳ ମିଳିନାହିଁ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତିବ୍ର ସମାଲୋଚନା କରାଯାଉଥିବା ବେଳେ ଆଗକୁ ଯଦି ଉକ୍ତ ଅଞ୍ଚଳରେ ସମ୍ପୂର୍ଣ ମଦବିକ୍ରି ବନ୍ଦ ନ କଲେ  ରାଜରାସ୍ତାକୁ ଆସି ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସି ତଥା ଦୋକାନୀ ମାନେ ଚେତାବନୀ ଦେଇଛନ୍ତି।