ଦ୍ୱିତୀୟ ଦିନରେ ପୂଜାରୀଗୁଡା ମିନି ଷ୍ଟାଡିୟମର ଫୂଟବଲ ପ୍ରତିଯୋଗିତା

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ଗ୍ରାମପଂଚାୟତର ପୂଜାରୀଗୁଡା ଗ୍ରାମର ମିନି ଷ୍ଟାଡିୟମ ଠାରେ ଆଜି ଫୂଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିନର ପ୍ରଥମ ମେଚରେ ଦାମନଯୋଡି ଓ ଚିତ୍ରକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତାରେ ଚିତ୍ରକୋଟ ଦଳ ୨ ଗୋଟି ଗୋଲ କରିଥିବା ବେଳେ ଦାମନଯୋଡି ଗୋଟିଏ ଗୋଲ କରି ପାରିଥିଲା ଏହି ଭଳି ଦ୍ୱିତୀୟ ମେଚରେ ମାଝୀଗୁଡା ଓ ବୋରିଗୁମ୍ମା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମେଚରେ ବୋରିଗୁମ୍ମା ଦଳ ୨ ଗୋଲ କରି ବିଜୟୀ ହୋଇ ଥିଲା। ଆଜିର ଏହି ପ୍ରତିଯୋଗିତାରେ ପ୍ରଥମ ପର୍ଯ୍ୟାୟରେ ତେନ୍ତୁଳିଖୁଣ୍ଟି ର ମିଲର ସଙ୍ଘର ସଭାପତି ବି ସୂର୍ଯ୍ୟନାରାୟଣ, ଇ ଆନନ୍ଦ ରାଓ, ବି ପରମେଶ୍ୱର, କେ ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳର ଶୁଭାରମ୍ଭ କରାଯାଇଥିଲା ଓ ଦ୍ୱିତୀୟ ପର୍ଯ୍ୟାୟରେ ତେନ୍ତୁଳିଖୁଣ୍ଟି ବିଜେପି ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ନନ୍ଦାହାଣ୍ଡି ବ୍ଲକର ସାଂସଦ ପ୍ରତିନିଧି ଜାନକୀ କାନ୍ତ ବିଷୋୟୀ, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ନାୟକ,ବାରିଜ କୁମାର ପଟନାୟକ ଯୁବ ବିଜେପି ସାଧାରଣ ସମ୍ପାଦକ ରୋଷନ ସିଂହ, ପୂଜାରିଗୁଡା ପଞ୍ଚାୟତ ସଭାପତି ସୁଦର୍ଶନ ହରିଜନ, ରଞ୍ଜିତ କୁମାର ମାହାଙ୍କୁଡ଼ ଷ୍ଟାଲିଂନ ସାହୁ ବନମାଳୀ ଯାନୀ ପ୍ରମୁଖ ବହୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।