କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ରହିଛି ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ସହର ଜାତୀୟ ରାଜପଥ ୨୬ କଡେ କଡେ ଗଢି ଉଠିଛି।ଅନେକ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଦିନ ମଜୁରିଆ ହୁଅନ୍ତୁ ବା ଭିକାରୀ ମାନେ ହୁଅନ୍ତୁ କେସିଙ୍ଗା କୁ ଛୁଟି ଆସନ୍ତି ନିଜର ଗୁଜୁରାଣ ମେଣ୍ଟାଇବା ନିମନ୍ତେ।ହେଲେ ସେମାନେ ଦିନ ତମାମ କୋଉଠି କିଛି କାମକରି ନିଜର ଜୀବିକା ନିର୍ବାହ କରୁଥିବା ବେଳେ କିଛି ଦୋକାନ ଦୋକାନ ଘର ଘର ମାଗି ଯାଚି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି।ଦିନ ତ ଯେମିତି ସେମିତି କଟିଯାଇଥାଏ ହେଲେ ରାତି ହେଲେ ଶୋଇବା ପାଇଁ ସେହି ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼େ କିଏ କୋଉ ରାସ୍ତା କଡ଼ରେ ସୋଇଥାଏ ତ କିଏ କାହା ଦୋକାନ ସମ୍ମୁଖରେ ଶୋଇଥାଏ ବର୍ଷା ଓ ଶୀତ ଦିନରେ ଉକ୍ତ ନିରାଶ୍ରୟ ମାନକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼େ। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି କେସିଙ୍ଗା ନଗରପାଳ ନୃପ ରାଜ ଯାଦବ ନିରାଶ୍ରୟ ମାନଙ୍କ ପାଇଁ ସହରରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅଣ୍ଟା ଭିଡ଼ି ଥିଲେ ଓ ସ୍ଥାନୀୟ କୁର୍ଲୁପଡା ରେ ଥିବା ନୂତନ ବସ ଷ୍ଟାଣ୍ଡ ସାଇଡ ରେ ଜାଗା ଚିହ୍ନଟ କରି ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଏକ ଦୁଇ କୋଠା ବିଶିଷ୍ଟ ଆଶ୍ରୟ ସ୍ଥଳୀ ନିର୍ମାଣ କରାଇଥିଲେ।ବର୍ତ୍ତମାନ ତାହା ର କାମ ପ୍ରାୟ ପ୍ରାୟ ଶେଷ ହୋଇ ସାରିଥିବା ବେଳେ କିଛି ଛୋଟ ଛୋଟ କାମବାକି ରହିଛି ବୋଲି କେସିଙ୍ଗା ଏନ୍ ଏ ସି ଯନ୍ତ୍ରୀ ନାରାୟଣ ମହାରଣା ପ୍ରକାଶ କରିବା ସହିତ ଶୀତ ଦିନ ଆସିବା ପୂର୍ବରୁ ନୂତନ ଆଶ୍ରୟସ୍ଥଳୀ ଉଦ୍ଘାଟନ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଥିଲେ ।

