ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ଚିତ୍ରସେନ ବାଗ): ଗୁରୁବାର ଦିନ ଅପରାହ୍ନ ୨.୩୦ମିନିଟ ସମୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗାଲପାଲି ରେ ଶିକ୍ଷା ବର୍ଷ ୨୦୨୫-୨୬ ପୋଷାକ ବିତରଣ ଉତ୍ସବ ଅଷ୍ଟମ ଶ୍ରେଣୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ୨୯୭ ଜଣ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ କରାଯାଇଥିଲା। ମୋଟ ଛାତ୍ର ୧୫୫ ଜଣ ଓ ଛାତ୍ରୀ ୧୪୩ ଜଣ ଙ୍କୁ ମୋଟ ଟ ୧,୭୮,୬୦୦/ ଟଙ୍କା ଅଟକଳ ର ପୋଷାକ ବଂଶଲ୍ ସେଲ୍ସ କର୍ପୋରେସନ ଜୟପାଟଣା ଦ୍ଵାରା ଯୋଗାଣ ହୋଇଥିଲାକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ, ସଭ୍ୟ ସୁଶିଲ କୁମାର ସାହୁ,ସଭ୍ୟା ରୁକ୍ମଣୀ ପୁଝାରୀ, ରୋହିଣୀ ପ୍ରଧାନୀ,ପାଚିକା ଫକୀର ଦେଇ, ଅଭିଭାବିକା ପ୍ରତିମା ନାଏକ, ଦୁଃଶୀଲା ନାଏକ ଶିକ୍ଷକ କୋଟେଶ୍ୱର୍ ରାଓ,ଶଶି ଦଳପତି , ଉଦ୍ଧବ ବାଗ ଉପସ୍ଥିତ ଥିଲେ। ଅବଶିଷ୍ଟ ବାଲ ବାଟିକା ଓ ହାଉସ ଡ୍ରେସ ପୋଷାକ ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ଛାତ୍ର ଛାତ୍ରୀ ଙ୍କୁ ଯୋଗାଇଦେବା ପାଇଁ ପ୍ରଧାନ ଶିକ୍ଷକ ମତ ପ୍ରକାଶ କରିଥିଲେ।

