ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ଏମ ରାମପୁରର ଶୁଣ୍ଢିପଡାରେ ରହୁଥିବା ଜୈନିକା ଯୁବତୀଙ୍କ ସହ ସେହି ପଡାର କାହ୍ନୁ ଆଚାର୍ଯ୍ୟର ୫ବର୍ଷର ପ୍ରେମ ସମ୍ପର୍କ ଥିଲା। କାହ୍ନୁ କୁଆଡେ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଯୁବତୀ ଜଣକ ପ୍ରକାଶ କରିଛନ୍ତି। ହେଲେ ଗତ ମାସ ୨୪ ତାରିଖ ଦିନ ଅପରାହ୍ନ ୫ ଟା ସମୟରେ କାହ୍ନୁ ଯୁବତୀଙ୍କୁ ବୁଲି ଯିବା ପାଇଁ ନିକଟସ୍ଥ ଶିବ ମନ୍ଦିର ପାଖକୁ ଡାକିଥିଲା।ପରେ ଯୁବତୀ ଜଣକ କାହ୍ନୁ ପାଖକୁ ଆସିଥିଲା।ହେଲେ କାହ୍ନୁର ଜଣେ ସାଙ୍ଗ ତୁଷାର ରାଉତ ପାଖରେ ଥିବା ଦେଖି ଯୁବତୀ ଜଣକ ସେ କାହିଁକି ଆସିଛି ବୋଲି ପଚାରିଥିଲେ। ମୋ ହାତରେ ଆଘାତ ହୋଇଥିବାରୁ ଗାଡି ଚଲେଇବା ପାଇଁ ଡାକିଥିବା ତାକୁ ଡାକିଛି ବୋଲି କାଁହୁ କହିଥିଲା।ପରେ ତିନି ଜଣ ମିଶି ଗୋଟିଏ ବାଇକରେ ବସି ବାରବନ୍ଧା ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ପହଞ୍ଚିବା ପରେ ପୂର୍ବରୁ ଯୋଜନାବଦ୍ଧ ଭାବେ କାହ୍ନୁର ଅନ୍ୟ ଦୁଇ ଜଣ ସାଙ୍ଗ କାବାଡି ଖାନରେ କାମ କରୁଥିବା କାଳିଆ ସ୍ୱାଇଁ ଓ କାଳୁ ମହାରଣା ସେଠାରେ ପହଞ୍ଚିଥିଲେ।ପରେ କାହ୍ନୁ ଯୁବତୀ ଜଣକୁ ବିବାହ କରିବାକୁ ମନା କରିବା ସହ କାହାକୁ ଏ ବିଷୟରେ କହିବାକୁ ମନା କରିଥିଲା।ଏଭଳି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ କାହ୍ନୁ କୁଆଡେ ଯୁବତୀଙ୍କୁ ମାଡ ମାରିଥିଲା।ତା ସହିତ ଯୁବତୀ ଜଣକ ବ୍ୟବହାର କରୁଥିବା ମୋବାଇଲକୁ ମଧ୍ୟ କାହ୍ନୁର ସାଙ୍ଗ ତୁଷାର ଛଡାଇନେଇଥିବା ପୀଡିତା ଏମ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ହେଲେ ମାଡ ମାରୁଥିବା ସମୟରେ ଅନ୍ୟ ତିନି ଜଣ କୈଣସି ପ୍ରତିବାଦ କରୁନଥିବା ଯୁବତୀ ଜଣକ ପ୍ରକାଶ କରିଛନ୍ତି।ପରେ ତାକୁ ଜଙ୍ଗଲରେ ଏକା ଛାଡି ଘଟଣାସ୍ଥଳରୁ ସମସ୍ତେ ଫେରାର ହୋଇଯାଇଥିଲେ। ଯେହେତୁ ରାତି ହୋଇଯାଇଥିବାରୁ କୈଣସି ଉପାୟ ନ ପାଇ ଭୟଭୀତ ଅବସ୍ଥାରେ ଜଙ୍ଗଲରେ ରାତି କାଟିଥିଲେ। ସକାଳେ ଜଙ୍ଗଲରୁ କୈଣସି ମତେ ମୁଖ୍ୟ ରାସ୍ତାକୁ ଆସିବା ପରେ ଏମ ରାମପୁରକୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ଗାଡିକୁ ଅଟକାଇ ଏମ ରାମପୁର ଆସି ଘରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସବୁ କଥା ଯୁବତୀ ଜଣକ କହିଥିଲେ।ଏ ନେଇ ପରିବାର ଲୋକେ ଓ ପୀଡିତା ମିଶି ଏମ ରାମପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜକୁ ୧୫ ରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ହେଁ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଠାବ କରିବାରେ ବିଫଳ ହୋଇଛି। ବାରମ୍ବାର ପରିବାର ଲୋକେ ଥାନାକୁ ଗଲେ ସୁଦ୍ଧା କୈଣସି ସୁଫଳ ମିଳିପାରିନାହିଁ। ଯାହା ଫଳରେ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଚିନ୍ତାରେ ପରିବାର ଲୋକେ ଅଛନ୍ତି।ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଅବଗତ କରାଇଥିବା ଗଣମାଧ୍ୟମ କୁ କହିଛନ୍ତି ପରିବାର ଲୋକେ।ଏ ନେଇ ଥାନା ଏସ ଆଇ କବିତା ବାଗଙ୍କୁ ପଚାରିବାରୁ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି,ଫୋନ ଟ୍ରାକିଙ୍ଗ ଚାଲିଛି ।ଅତି ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

