ଦେଶବ୍ୟାପୀ ଜନଆକ୍ରୋଶ ରେଲି ଓ ଗଣବିକ୍ଷୋଭ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଦେଶବ୍ୟାପୀ ଜନଆକ୍ରୋଶ ରେଲି ଓ ଗଣବିକ୍ଷୋଭ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାରେ ଏକ ବିଶାଳ ରେଲି ଓ ଗଣବିକ୍ଷୋଭ ଆୟୋଜିତ ହୋଇଯାଇଛି। ନକଟିଗୁଡା ଆମ୍ବେଦକର ଛକରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରେଲି ଅଣାଯାଇଥିଲା। ଏହି ଅବସରରେ ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ମାଧବ ସୁନାନୀ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ଖିରସିନ୍ଧୁ ବୋଡକିଆ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଜିଲ୍ଲା ସଭାପତି ସଞ୍ଜୟ ଶବର, ଆର୍ ଏମ୍ ବି କେ ଏସ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ବହୁଜନ ମୁକ୍ତି ପାର୍ଟି ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ରାଜ୍ୟ ମହାସଚିବ ମହେନ୍ଦ୍ର ଧଙ୍ଗଡା ମାଝୀ, ଭାରତ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ଗୋପାଳ ଧଙ୍ଗଡା ମାଝୀ, କୁଶ ଶବର, ଆଦିତ୍ୟ ହଂସ ଯାଦବ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଦୁର୍ଯୋଧନ ଜାଲ, ଅଲ୍ ଇଣ୍ଡିଆ ସିଡୁଲକାଷ୍ଟ ଫେଡେରେସନ ଜିଲ୍ଲା ସଭାପତି ଜତିନ୍ଦ୍ର କର, ଡିଙ୍ଗର ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ମୂଳ ନିବାସୀ ସମାଜର ଅନେକ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମସ୍ତ ନିର୍ବାଚନ ଇଭିଏମ୍ ବଦଳରେ ବ୍ୟାଲେଟ୍ ପେପର୍ ମାଧ୍ୟମରେ ନିର୍ବାଚନ କରାଯାଉ। ଓବିସି ସମେତ ସମସ୍ତ ଜାତିର ଜନଗଣନା କରି ସଂଖ୍ୟାନୁପାତିକ ପ୍ରତିନିଧିତ୍ୱ ଲାଗୁ କରାଯାଉ। ବିକାଶ ନାମରେ ଆଦିବାସୀମାନଙ୍କର ବିସ୍ଥାପନ ବନ୍ଦ କରାଯାଉ। ବହୁଜନ ବିରୋଧୀ ନୂତନ ଶିକ୍ଷା ନୀତି ୨୦୨୦ କୁ ରଦ୍ଦ କରାଯାଉ, ସରକାରୀ ସଂସ୍ଥକୁ ଘରୋଇକରଣ କରିବା ବନ କରନ୍ତୁ, ଗୋ ସୁରକ୍ଷା ନାମରେ ମୂଳ ନିବାସୀ ବହୁଜନ ସମାଜ ଉପରେ ଅତ୍ୟାଚାର ବନ୍ଦ କରନ୍ତୁ, ଜାତି ଧର୍ମ ନାମରେ ଅସାମ୍ବିଧାନିକ ଦେଶ ବିରୋଧି କାର୍ଯ୍ୟକଳାପ ବନ୍ଦ କରନ୍ତୁ। କଳାହାଣ୍ଡି ଜିଲ୍ଲାର ସମସ୍ତ ଏସଏସଡି ଆବାସିକ ବିଦ୍ୟାଳୟ ଗୁଡ଼ିକରେ ଅବ୍ୟବସ୍ଥାର ତୁରନ୍ତ ସମାଧାନ କରାଯାଉ। ତୃତୀୟ ଶ୍ରେଣୀ କର୍ମଚାରୀମାନଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଉ। ଏହି ଦାବିଗୁଡ଼ିକ ସହିତ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଆଲୋକପାତ କରୁଛି। ଏହି ରେଲି ଓ ଗଣବିକ୍ଷୋଭ ଜରିଆରେ ସଂଗଠନଗୁଡ଼ିକ ସରକାରଙ୍କ ନିକଟରେ ନିଜର ଦାବି ପୂରଣ ପାଇଁ ଜୋରଦାର ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି।