ବିଦାୟ ନେଲେ ମାଁ ଧନଧାତ୍ରି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଗତ ୬ ତାରିଖରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜଗନ୍ନାଥପଡ଼ା ଲକ୍ଷ୍ମୀପୂଜା କମିଟି ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ଅନୁଷ୍ଠିତ ହୋଇଥିବା ୪୫ ତମ ଗଜଲକ୍ଷ୍ମୀ ଭସାଣି ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଦୀର୍ଘ ୧୦ ଦିନ ଧରି ମାଁ ଧନଧାତ୍ରୀଙ୍କ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇ ଥିଲା। ରାତ୍ରି ସମୟ ରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୀନା ବଜାର ଶ୍ରଦ୍ଧାଳୁ ଓ ଦେଖଣାହାରି ଙ୍କୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ଟାଣି ଆଣୁଥିଲା। ପ୍ରତ୍ୟେକ ଦିନ ମାଁଙ୍କ ଭୋଗର ସୁବ୍ୟବସ୍ଥା ଦେଖିବାକୁ ମିଳିଥିଲା। ବିସର୍ଜନ ସନ୍ଧ୍ୟାରେ ଘଣ୍ଟ ବାଦ୍ୟ, ଦୁଲଦୁଲି ବଜା, ମୟୂର ଡ୍ୟାନସ, ବାଘ ନାଚ, ମାଦଳ ନାଚ ସହିତ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାଁ ଙ୍କୁ ସହର ରେ ଭସାଣି ଶୋଭାଯାତ୍ରା କରି ମାଁ ଧନଧାତ୍ରୀ ଙ୍କୁ ବିଦାୟ ଦିଆଯାଇଥିଲା। ଭସାଣି ଉତ୍ସବ ରେ ସଭାପତି ସୁଶାନ୍ତ ମହାପାତ୍ର ସମ୍ପାଦକ ସନ୍ତୋଷ ଦାସ,ସିଲୁ ପରିଡ଼ା, ସୁରେଶ ରାଓ, ମୋହନ ସାହା, କୋଷାଧ୍ୟକ୍ଷ ସଞ୍ଜୟ ମହାନ୍ତି, କର୍ତ୍ତା ନଳୀନ ପଟ୍ଟନାୟକ, ସୁରେଶ ମହାନନ୍ଦ, ଗିରିଧାରୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।