ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ନର୍ଲା ରୋଡର ଏକ ହୋଟେଲରେ ସେକ୍ସ୍ କାଣ୍ଡ ନେଇ ରାୟଗଡ଼ାର ଚାରିଜଣ ଯୁବକଙ୍କୁ ଆଜି ସକାଳୁ ଥାନାକୁ ନେଇ ଆସିଛି ନର୍ଲା ପୋଲିସ। ଥାନାରେ ସେମାନଙ୍କୁ ଅଟକ ରଖି ପଚରା ଉଚରା ଚାଲିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗତ କାଲି (ବୁଧବାର) ରାତିରେ ନର୍ଲାରୋଡର ହୋଟେଲ ‘ଦିଶା’ରେ ନର୍ଲା ନିକଟ ଏକ ଗାଁର ଜନୈକ ମହିଳା କିଛି ଯୁବକଙ୍କ ସହ ଥିବା ନେଇ ତାଙ୍କ ପରିବାର ଲୋକେ ହୋଟେଲକୁ ଆସି ହୋ ହାଲ୍ଲା କରି ମାର ପିଟ କରିଥିବା ଖବର ପାଇ ଆଜି ସକାଳେ ନର୍ଲା ପୋଲିସ ଜଣେ ଅପ୍ରାପ୍ତ ବୟସ୍କ କିଶୋର ଓ ତିନିଜଣ ଯୁବକଙ୍କୁ ହୋଟେଲରୁ ନର୍ଲା ଥାନକୁ ନେଇ ଆସି ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି। ଚାରିଜଣ ଯୁବକ ରାୟଗଡାର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ପରିବାର ଲୋକେ ନର୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାବେଳେ ପୋଲିସ ସ୍ଥାନୀୟ ମହିଳା ଜଣଙ୍କୁ ଥାନାକୁ ଡାକିଛି। ସଂପୃକ୍ତ ମହିଳାଙ୍କ ବୟାନକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।


