କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଥାରେ ଅଛି ଶିଶୁ ହସିଲେ ଦୁନିଆ ହସେ, ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ମୁହଁରେ ହସ ଫୁଟାଇବା ପାଇଁ ଓ ସେମାନଙ୍କ ଭିତରେ ଥିବା ସର୍ଜନ ଶକ୍ତିର ବିକାଶ ପାଇଁ ସରକାରଙ୍କ ଦ୍ଵାରା ପ୍ରତ୍ୟେକ ବର୍ଷ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର କଲମପୁର ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଲମପୁରଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ କ୍ଲଷ୍ଟର ଅନ୍ତର୍ଗତ ୧୬ଗୋଟି ବିଦ୍ୟାଳୟରୁ ଶତାଧିକ ଛାତ୍ରୀଛାତ୍ର ଯୋଗଦାନ କରିଥିଲେ। ପ୍ରଥମ ଅଧିବେଶନ ସଭାରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି, ରାହୁଲ କୁମାର ସାହୁ ଅଧ୍ୟକ୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟ ବକ୍ତା, ଅଶ୍ଵିନୀ କୁମାର ମୁଣ୍ଡ ପ୍ରଧାନ ଶିକ୍ଷକ ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ , ମନ୍ମଥ କୁମାର ମିଶ୍ର ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାତ୍ରବସା, କାର୍ଯ୍ୟକ୍ରମର ସଭାପତି ଭାବେ ସନ୍ତୋଷ କୁମାର ଚୌଧୁରୀ ପ୍ରଧାନ ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଣ୍ଡିଗାଁ ଯୋଗଦେଇଥିଲେ। ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଲମପୁର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କୁଳମଣି ମାଝୀ, ବକ୍ତା ଭାବରେ ନକୁଲ ଚନ୍ଦ୍ର ଶବର, ସଭାପତି ଭାବେ ଦେବରାଜ ବେମାଲ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଲମପୁର, ସମ୍ମାନିତ ଅତିଥି ଭାବେ ପ୍ରଦୀପ କୁମାର ମାଝୀ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଟେସ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କଲମପୁର ନବଘନ ସାହୁ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଅତିଥି ଗଣ ଶିଶୁକଳା ସୁରଭି ୨୦୨୫ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ପରିପ୍ରକାଶ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।