ତେନ୍ତୁଳଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ପରଜା ବାରଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଖାତିଗୁଡ଼ା ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ ସଂଯୋଜକ ପ୍ରମୋଡା ସାମଲଙ୍କ ତତ୍ୱାବଧାନରେ ପାଳିତ ହୋଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସର୍ବେଶ୍ଵର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏ ବି ଇ ଓ ପ୍ରଫୁଲ୍ଲ ପଟ୍ଟନାୟକ ,ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଏ ବି ଇ ଓ ରମେଶ ଟାକ୍ରୀ, ମୋହନ ମଧୁସୂଦନ ବାଗ ମୁଖ୍ୟ ବକ୍ତା ଭାବେ, ମଂଚାସୀନ ଥିଲେ। ସୁରଭି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗୀତ, ନୃତ୍ୟ,ଭାଷଣ,ଚିତ୍ରାଙ୍କନ,ପି ଏମ ପୋଷଣ ଉପରେ ପ୍ରତିଯୋଗିତା ହୋଇଥିଲା। ଏହି ସବୁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏ ବି ଇ ଓ ପ୍ରଫୁଲ୍ଲ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସମୁହକୁ ପ୍ରେରଣା ପ୍ରଦାନ କରିଥିଲେ । ଆଞ୍ଚଳିକ ସାଧନ ସଂଯୋଜକ ପ୍ରମୋଦ ସାମଲ ,ସଭାପତି ଓ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମସ୍ତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଗାଁ ଗହଳିରେ ପାଠ ପଡୁଥିବା ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭା ଅନ୍ୱେଷଣ ସୁରଭି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଖାତିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନବୀନ ନାୟକ କରିଥିଲେ।।ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ନିଭାଇଥିଲେ। ସମସ୍ତକୁ ଧନ୍ୟବାଦ ଜଣାଇ ସଭା ସମାପ୍ତ କରିଥିଲେ।


