ହାଇବ୍ରିଡ଼ ବିହନ ହେଲା ଚାଷୀର କାଳ

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଚାଷୀକୁଳ ବିଭିନ୍ନ ପ୍ରଳବନରେ ପଡି ଚାଷୀ ଏକରରେ ୪୦ କୁଇଣ୍ଟାଲ ଧାନ ଅମଳ ହେବ ଆସା ଦେଖାଇ କମ୍ପାନୀ କତୃପକ୍ଷ ଚାଷୀଙ୍କୁ ଠକିଥିବା ଅଭିଯୋଗ କରିଛନ୍ତି ଧରଣୀଧର ସିଂ, କୁମର ପାତ୍ର, ପୂର୍ଣଚନ୍ଦ୍ର ନାୟକ ଏମିତି ଅନେକ ଚାଷୀ। ଘରୋଇ କମ୍ପାନୀର ହାଇବ୍ରିଡ଼ ଧାନ ହେଲା କାଳ। ଅଗ୍ରଜ ସିଡର ମହିମା ଧାନ ସବୁଠାରୁ ଅଧିକ କ୍ଷତି ହୋଇଥିବା ଦେଖାଯାଇଛି। ଧରଣୀଧରଙ୍କ ପ୍ରାୟ ଏକ ଏକର, କୁମରଙ୍କ ୬ଏକର, ପୁର୍ଣଙ୍କ ଏକ ଏକର ସହ ବହୁ ଚାଷୀଙ୍କ ଧାନ ଅଗାଡି ହୋଇଯାଇଛି। ଯାହାକୁ ନେଇ ଚାଷୀ ସରକାରଙ୍କ ଠାରେ କ୍ଷେତି ପୂରଣ ଦାବି କରୁଛନ୍ତି। ଧାନ ରୁଆ ପରେ ଛନଛନିଆହୋଇ ଧାନ ଗଛ ବଡ଼ିଲା। ଗଛରେ ପ୍ରଚୁର ମଞ୍ଜି ହେଲା କିନ୍ତୁ ଧାନ ଭିତରେ ଚାଉଳ ବଦଳରେ ଅଗାଡି ହେଇଗଲା କିନ୍ତୁ ଜଣେ କି ଦୁଇଜଣ ଚାଷୀଙ୍କ ନାହିଁ ଅନେକ ଚାଷୀଙ୍କ ବୋଲି ଚାଷୀ ଧରଣୀଧର ଅଭିଯୋଗ କରି କ୍ଷତି ପୂରଣ ଦାବି କରିବା ସହିତ ସମ୍ପୃକ୍ତ କମ୍ପାନୀକୁ ବେନ କରିବାକୁ ଦାବି କରିଛନ୍ତି। ଅଧିକ ଅମଳ ଆଶାକରି ଚାଷୀ ବହୁ କ୍ଷତି ସହିଛି। ସେମାନେ ଧାନ କ୍ଷେତରେ ଚାଷ ପାଇଁ ଖଟାଇଥିବା ମୂଳ ପୁଞ୍ଜି ବୁଡ଼ିଯାଇଥିବା କହି ମୁଣ୍ଡରେ ହାତ ଦେଇ ଅଗାଡି ଧରି ଏହି ଅଫିସ ସେହି ଅଫିସ ବୁଲୁଥିବା ଦେଖାଯାଇଛି। ଏହି ବର୍ଷ ପାଣିପାଗ ଅନୁକୂଳ ଥିବାରୁ ଚାଷ ଭଲ ହେବ ବୋଲି ଚାଷୀ ଆଶା ବାନ୍ଧି ଋଣ କରଜ ସୁଝିବ ବୋଲି ଆଶା କରିଥିଲା କିନ୍ତୁ ଆଶା ଆଶାରେ ହିଁ ରହିଗଲା। ଅମଳ ହେବାକୁ ଆଉ କିଛି ଦିନ ବାକିଥିବା ବେଳେ ସମ୍ପୃକ୍ତ ବିହନ କମ୍ପାନୀ ଚାଷୀକୁ ଧୋକା ଦେଇଛି ବୋଲି ଚାଷୀ କହିଛନ୍ତି। ଚାଷୀ ଆଣିଥିବା ଧାର କରଜ କିପରି ସୁଝିବେ ଚାଷୀକୁଳ ପ୍ରଶାସନ ନିକଟରେ ଗୁହାରି କରିବା ସହ ଦାବି କରୁଛି। ଏହି ବିଷୟରେ ସମ୍ପୃକ୍ତ କୃଷି ଅଧିକାରୀ ବରୁନ ଧାନଫୁଲ ଙ୍କୁ କ୍ଷତି ପୂରଣ ବାବଦରେ ପଚାରିବାରୁ ଆମକୁ କମ୍ପାନୀର ନାମ ସହ ଲେଖିକି ଦେଲେ ଆମେ ଅନୁସନ୍ଧାନ କରି ସମ୍ପୃକ୍ତ କମ୍ପାନୀ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।