କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ସୁରଭି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କର ପ୍ରତିଭାର ପରିସ୍ଫୁଟ ହୁଏ ।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ମାଧ୍ୟମ।ଏହି ପରିପ୍ରେକ୍ଷୀରେ ଆଜି କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କାଣ୍ଡେଲ କ୍ଳଷ୍ଟରର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଣ୍ଡେଲ ପରିସରରେ ଆୟୋଜିତ ହୋଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ କାଣ୍ଡେଲ କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଆଶୁତୋଷ ଭୋଇ ଙ୍କ ସଂଯୋଜନା ରେ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଣ୍ଡେଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପାର୍ବତୀ ଶର୍ମା, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ମାଧବ ମହଲା, କ୍ଳଷ୍ଟର ସଂଯୋଜକ ଆଶୁତୋଷ ଭୋଇ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହା, ସାମ୍ବାଦିକ ଦିଲେଶ୍ଵର ମିଶ୍ର, କଶୃପଡା ସିଆରସିସି ଗୋବିନ୍ଦ ବାଗ, ଅଧ୍ୟାପକ ଉପେନ୍ଦ୍ର ଭୋଇ, ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ।ଏହି କ୍ଳଷ୍ଟର ଅନ୍ତର୍ଗତ ୧୪ ଟି ବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସଂଗିତ, ନୃତ୍ୟ, ଚିତ୍ରାଙ୍କନ, ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ହେମନ୍ତ ମାଝୀ, ଏବଂ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଗଣ ସହଯୋଗ କରିଥିଲେ ।


