କଥା ରଖିଲେ ବିଭାଗୀୟ ଅଧିକାରୀ,ମରାମତି ହେଲା ରାସ୍ତା

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : ଗତକାଲି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମତୁଆଲଗୁଡା କ୍ରସର ଛକ ନିକଟରେ ଶୋଚନୀୟ ରାସ୍ତାକୁ ନେଇ କଲେଜ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିବା ପରେ ତତ୍ପରତା ଦେଖାଇଛି ଆର୍ଡି ବିଭାଗ।ଆଜି କ୍ରସର ଛକ ଠାରୁ ଅରେବେଡା ପତିତପାବନ କଲେଜ ପର୍ଯ୍ୟନ୍ତ ରାସ୍ତା ମରାମତି କରାଯାଇଛି।ସୂଚନା ଅନୁଯାୟୀ ଉକ୍ତ ରାସ୍ତା ଦୀର୍ଘ ଦିନ ଧରି ଶୋଚନୀୟ ହୋଇପଡିଥିବା ବେଳେ ମଝି ରାସ୍ତା ର ବ୍ରିଜ ଭାଙ୍ଗିଯିବା ଯୋଗୁଁ ବସ ମଧ୍ୟ ଯିବା ଆସିବା କରିପାରୁ ନ ଥିଲା।ଯାହାଫଳରେ କଲେଜ ଛାତ୍ରଛାତ୍ରୀମାନେ ଦୀର୍ଘ ୫କିମି ବୁଲିକି ଯିବା ଆସିବା କରୁଥିଲେ।ଏ ନେଇ ଗତକାଲି ଅସନ୍ତୋଷ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିଲେ।ତାଙ୍କୁ ବିଭାଗୀୟ ଅଧିକାରୀ ମାନେ ଆସି ତାଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଲା ପରେ ରାସ୍ତା ଅବରୋଧ ହଟିଥିଲା।