ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଧେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରେଙ୍ଗାଲପାଳି ଗାଁ ର ଜଣେ ବିବାହିତ ମହିଳା ସୁସ୍ମିତା ନାଏକ(୪୨)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ମହିଳାଙ୍କ ବାପା ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ ରେଙ୍ଗାଳପାଳି ଗାଁର ଭୋଳନାଥ ନାଏକଙ୍କ ସ୍ତ୍ରୀ ସୁସ୍ମିତା ନାଏକ ଗତ ୧୭ ତାରିଖରେ ଦେହ ଅସୁସ୍ଥତା ଯୋଗୁଁ କୋକସରା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହୋଇ ସୁସ୍ଥ ଅବସ୍ଥାରେ ୧୮ ତାରିଖରେ ଘର କୁ ଫେରିଥିଲେ।କିନ୍ତୁ ୧୯ ତାରିଖ ଦିନ ପୁଣି ତାଙ୍କ ଦେହ ଅସୁସ୍ଥ ହେବାରୁ ସୁସ୍ମିତା ଙ୍କୁ ତାଙ୍କ ସ୍ବାମୀ ପୁଣି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେତୁ ଡାକ୍ତର ଆଜି ସୁସ୍ମିତା ଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୧୦ ଟା ସମୟରେ ମୃତୁ ହୋଇଯାଇଛି। ଏ ନେଇ ସୁସ୍ମିତା ଙ୍କ ବାପା ଘର ଲୋକେ ବିଭିନ୍ନ ସନ୍ଦେହ କରି ତାଙ୍କ ଝିଅ କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ସୁସ୍ମିତାଙ୍କ ବାପଘର କୋକସରା ଥାନା ଅନ୍ତର୍ଗତ ବରାଡୋଙ୍ଗା ହୋଇଥିବା ବେଳେ ମୃତ ମହିଳାଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି।ବିବାହ ହୋଇ ତାଙ୍କୁ ୨୫ ବର୍ଷ ହୋଇଛି।ଅଭିଯୋଗ ପରେ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।