ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚାୟତ ଅନ୍ତର୍ଗତ କଲେଗାଁ ସ୍ଥିତ ମା କାଳୀ କଙ୍କାଲୁଣୀଙ୍କ ବାର୍ଷିକ ଦଶହରା ଧୂମଧାମରେ ସମ୍ପନ୍ନ ହୋଇଯାଇଛି। କଲେଗାଁ ଗ୍ରାମବାସୀ ନିଜ ନିଜ ଦେବାଦେବୀମାନଙ୍କ ପ୍ରତୀକ ଲାଠି, କୁରଚି, ପାଲିଙ୍କି, ଭିମାନ ଭଳି ବିଭିନ୍ନ ପ୍ରତୀକ ଧରି ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ମା କାଳୀ କଙ୍କାଲୁଣୀଙ୍କ ମନ୍ଦିରରେ ଉପସ୍ଥିତ ହେବା ପରେ ନିତି ନିୟମ ମୁତାବକ ପୂଜାର୍ଚନା କରାଯାଇଥିଲା । ଗ୍ରାମର ପୂଜାରୀ ଘନ ପୂଜାରୀ ଏବଂ କମଲୋଚନ ଗଣ୍ଡଙ୍କ ଦେବା ଦେବୀ ଙ୍କୁ ପୂଜାର୍ଚନା କରିଥିଲେ। ପ୍ରଫୁଲ୍ଲ ପାଣ୍ଡେ,ରମେଶ ପୂଜାରୀ, ପଦୁ ଗଣ୍ଡ, ଖଗ ଗଣ୍ଡ, ପ୍ରଲ୍ଲାଦ ଗାଣ୍ଡା ଦୁର୍ଯ୍ୟ ଗୌଡ଼ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦଶହରା ପର୍ବଟି ସୁଚାରୁ ରୂପେ ପାଳିତ ହୋଇଛି । ପୂଜା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ନିରାକାର ଗଣ୍ଡ, ଗଜେନ୍ଦ୍ର ପାଣ୍ଡେ, ତ୍ରିନାଥ ଧୁରୁଆ, ବିକାଶ ଧୁରୁଆ, ମାଧବ ଗଣ୍ଡ,ମାଧବ ମାଝୀ, କମଳୁ ହରିଜନ, ନାରାୟଣ ହରିଜନ,ଯୁଧିଆ ମାଝୀ,ଗଣପତି ଜାନି, ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷାକରି ଦଶହରା ପର୍ବକୁ ସଫଳ କରିଥିଲେ।



