କେସିଙ୍ଗା/ କ୍ରାନ୍ତିକ୍ଷେତ୍ର ନ୍ୟୁଜ ( ମଧୁସୂଦନ ଠାକୁର) : ଅକ୍ଟୋବର ୧୮ ତାରିଖ ଓ ୧୯ ତାରିଖ ଦିନ ଓଡ଼ିଶା ର କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ରେ ଷଷ୍ଠ ରାଜ୍ୟ ସ୍ତରୀୟ କ୍ୱାନ କି ଡୁ ଓ ୧୬ ତମ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନସିପ -୨୦୨୫ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାର ମାଷ୍ଟର ଛବିଲାଲ ନିଆଲଙ୍କ ତତ୍ତ୍ଵାବଧାନରେ କେସିଙ୍ଗାର ମାଷ୍ଟର ଟଲଷ୍ଟୟ ଦୁର୍ଗା ମୁଖ୍ୟ କୋଚ୍ ଭାବେ ଓ ଭବାନୀପାଟଣା ର ମାଷ୍ଟର ବିଜୟ ସହକାରୀ କୋଚ୍ ଭାବେ କଳାହାଣ୍ଡିର ୩୧ ଜଣ ପ୍ରତିଯୋଗି ସହ ଭାଗ ନେଇଥିଲେ । ଏହା ସହିତ କେସିଙ୍ଗା ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ଦିପ୍ତିରାଣି ସିଂ ଉକ୍ତ ପ୍ରତିଯୋଗିତା ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ କଳାହାଣ୍ଡି ରୁ ୧୨ ଜଣ ସ୍ଵର୍ଣ୍ଣପଦକ, ୧୨ ଜଣ ରୌପ୍ୟ ପଦକ ଓ ୧୦ ଜଣ କାଂସ୍ୟ ପଦକ ହାସଲ କରି ସମଗ୍ର ରାଜ୍ୟରେ କଳାହାଣ୍ଡି ଦ୍ବିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିପାରିଚି । ଏହି ଚାମ୍ପିଅନଶିପ ରେ କଳାହାଣ୍ଡି ଜିଲ୍ଲା କ୍ୱାନ କି ଡୁ ସଭାପତି ଭାବେ ତାପସ ମିଶ୍ର, ଅଫିସିଆଲ୍ ଭାବେ ଖିତିସ ଯୋଗ ଦେଇଥିବା ବେଳେ ଅଭିଭାବକ ଭାବେ ସୁନୀତା ବେବୋର୍ତ୍ତା ,ତପନ କୁମାର ଦାଶ,ସୋନୁ ମିଶ୍ର, ରତ୍ନାକର ତାଣ୍ଡି ଇତ୍ୟାଦି ଯୋଗ ଦେଇ ପ୍ରତିଯୋଗୀ ଓ ଦଳକୁ ସହଯୋଗ କରିବା ସହିତ ଉତ୍ସାହିତ କରି ମନୋବଳ ବୃଦ୍ଧି କରିଥିଲେ । କଳାହାଣ୍ଡି ଜିଲ୍ଲା କୁ ଗର୍ବ ଓ ଗୌରବାନୀତ କରି ଫେରିଥିବା ଉକ୍ତ ପ୍ରତିଯୋଗୀ ମାନଙ୍କୁ କେସଙ୍ଗା ରେଳ ଷ୍ଟେସନ ରେ କେସିଙ୍ଗା ସାମ୍ବାଦିକ ସଂଘର ସଭାପତି ସୁଶାନ୍ତ ମହାପାତ୍ର , ସଂଗ୍ରାମ କେଶରୀ ସିଂଦେଓ , ବିବେକ ଦାଶ,ମଧୁସୂଦନ ଠାକୁର ସ୍ଵାଗତ କରିବା ସହ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ବିଶିଷ୍ଟ ସମାଜ ସେବୀ ତଥା ପୂର୍ବତନ ନଗର ପାଳ ରାମ କୁମାର ଜୈନ, କଳାହାଣ୍ଡି ଆଥଲେଟୀକ୍ ସଂଘର ସଂପାଦକ ପୁରନ୍ଦର ଭୋଇ ପ୍ରମୁଖ ସମସ୍ତଙ୍କୁ ଶୁଭେଛା ଜଣେଇବା ସହ ଆଖପାଖ ଅଞ୍ଚଳବାସି ମଧ୍ୟ ଉକ୍ତ ବିଜୟୀ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହିତ ଶୁଭେଛା ଜଣାଇଛନ୍ତି।



