କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୁଦନ ଠାକୁର) : କେସିଙ୍ଗା ବ୍ଲକ କିକିଆ ଗ୍ରାମର କଟାପଡା ଠାରେ ବୈଦ୍ୟନାଥ ଆୟୁର୍ବେଦ ଭବନ ପ୍ରାଇଭେଟ୍ ଲିମିଟେଡର ସହଯୋଗରେ ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଧନ୍ଵନ୍ତରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ଘ ୯ ଣ୍ଟା ସମୟରେ ମହାପ୍ରଭୁ ଧନ୍ଵନ୍ତରୀଙ୍କର ବୈଦିକ ରୀତିରେ ହୋମ, ଯଜ୍ଞ, ପୁଷ୍ପାଞ୍ଜଳି ସହ ପୂଜାକାର୍ଯ୍ୟ ସମାପନ ହୋଇଥିଲା । ଉକ୍ତ ପୂଜାରେ ଗଙ୍ଗାଧର ମହାପାତ୍ର ପୁରୋହିତ୍ୟ କରି ଥିବା ବେଳେ ବୈଦ୍ୟ ସରୋଜ କାନ୍ତ ପଧାନ ଏଵଂ ତାଙ୍କ ଧର୍ମ ପତ୍ନୀ କର୍ତ୍ତାର ଦାୟିତ୍ଵ ବହନ କରିଥିଲେ । ଏହାପରେ ବୈଦ୍ୟ ମାନଙ୍କର ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ବୈଦ୍ୟନାଥ ଆୟୁର୍ବେଦ ଭବନ ପ୍ରାଇଭେଟ୍ ଲିମିଟେଡ଼ର ଏରିଆ ସେଲ୍ସ ମ୍ୟାନେଜର କୀର୍ତ୍ତି ରଞ୍ଜନ ଦାସ, ସମ୍ମାନିତ ଅତିଥି ବୈଦ୍ୟ ଧର୍ମାନନ୍ଦ ପଧାନ, ଦୁର୍ଗା ଚରଣ ପଧାନ, ପବିତ୍ର ଶବର, ଜିଲ୍ଲା ବୈଦ୍ୟ ସଂଯୋଜନା କମିଟିର ସଭାପତି ବୈଦ୍ୟ ଜଗବନ୍ଧୁ ମୁନି, ସଂଘର ଅସ୍ଥାୟୀ ସଭାପତି ନରହରି ସ୍ୱାଇଁ ମଞ୍ଚାସୀନ ହୋଇଥିଲେ। ବୈଦ୍ୟ ଶରତ ଚନ୍ଦ୍ର ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ମଞ୍ଚାସୀନ ଅତିଥି ମାନେ ଦେବବୈଦ୍ୟ ମହାପ୍ରଭୁ ଧନ୍ବନ୍ତରିଙ୍କର ଆବିର୍ଭାବ, ତାଙ୍କର ମହିମା ଏଵଂ ପାରମ୍ପରିକ ଲୋକ ଚିକିତ୍ସା ଦ୍ଵାରା ଦୁରାରୋଗ୍ୟ ବ୍ୟାଧି ଗୁଡ଼ିକୁ କିଭଳି ଉପଶମ କରାଯାଇ ପାରିବ ତା’ ଉପରେ ଆଲୋକପାତ କରିଥଲେ । ବୈଦ୍ୟ ତ୍ରୈଲୋକ୍ୟ ପଧାନ, ଅଜିତ୍ କୁମାର ସାହୁ, ନରେଶ କୁମାର ସାହୁ ତିନି ଜଣଙ୍କୁ ବୈଦ୍ୟନାଥ ଆୟୁର୍ବେଦ ଭବନ ପ୍ରାଇଭେଟ୍ ଲିମିଟେଡ଼ ତରଫରୁ ‘ବୈଦ୍ୟ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ସଭାପତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରି ପ୍ରସାଦ ସେବନ ପାଇଁ ଆମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ମୋହନ ନାଏକ, ଜୟବୀର ବଗର୍ତ୍ତି, ଗୁଣନିଧି ସିଂହ, ଲବଣୀ ମାଝୀ, ମାଧବ ବିଶି, ଦଇତାରୀ ସୁନା,କେଶବ ମାଝୀଙ୍କ ସମେତ ଶହେରୁ ଅଧିକ ପାରମ୍ପରିକ ବୈଦ୍ୟ କଳାହାଣ୍ଡି ଏଵଂ ନୂଆପଡ଼ା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ଯୋଗ ଦେଇଥିଲେ ।


