ଫପସି ଏକନିଆ ଡୁଙ୍ଗୁରିଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ କଳସ ଯାତ୍ରା

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞସେନି ବାଗ) : ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମପଞ୍ଚାୟତ ଫପସି ଏକନିଆ ଡୁଙ୍ଗୁରି ଧରପଗଡ଼ କୁଇ କେଡା ଗଣ୍ଡପତ୍ରାପାଳି ମିଳିତ ଆନୁକୂଲ୍ୟରେ ଯାଦବ ସମାଜର ୭ ତମ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ୨୨ରୁ ୨୩ ତାରିଖ ଯାଏ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ମଙ୍ଗଳବାର କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପ୍ରହରି ମଣ୍ଡପରେ ସ୍ଥାପନ କରାଯାଇଥିଲା। ଗୋକୁଳା ନନ୍ଦ ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ଯାଜ୍ଞଶେନି ବାଗ ଏବଂ ସମୋନାଥ ଭୋଇ ଓ ତାଙ୍କ ଧର୍ମପତ୍ନୀ କୋଶଲ୍ୟ ଭୋଇ କର୍ତ୍ତା ରହିଛନ୍ତି। ପୂଜକ ସରୋଜ ଚନ୍ଦ୍ର ପରୋହିତ ଜପକ ସଞ୍ଜବ ପରୋହିତ ଅଭିଜିତ ପରୋହିତ ସମସ୍ତ ମା’ ମାଉସୀ କଳସ ଯାତ୍ରାରେ ଭାଗ ନେଇଥିଲେ। ଶତାଧିକ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।