ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ରେଳ ଯାତ୍ରୀଙ୍କ ଠାରୁ ଲୁଟ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳ ଷ୍ଟେସନ ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ଯୋଉଠି ପ୍ରତେକ୍ ଟ୍ରେନର ରହଣି ସ୍ଥଳ।ସେଥିପାଇଁ ପ୍ରତେକ ଦିନ ପ୍ରତ୍ୟେକ ସମୟରେ ରେଳ ଯାତ୍ରୀ ଅନ୍ୟ ରାଜ୍ୟ କୁ ଯିବା ଆସିବା ପାଇଁ ଭିଡ଼ ଜଣାଇ ଥାଆନ୍ତି। ଷ୍ଟେସନ ପରିସରରେ ଭିଡ଼ କୁ ଦେଖି କିଛି ଦୁର୍ବୃତ୍ତ ଲୋକଙ୍କ ଠାରୁ ଚୋରି ଡକାୟତି କରିବା ପାଇଁ ସଦାବେଳେ ଚାହିଁ ରହିଛନ୍ତି। ଚୋର ମାନେ କେତେବେଳେ ଚୋରି କରିବାରେ ସଫଳ ହେଉଛନ୍ତି ତ କେତେବେଳେ ବିଫଳ ହୋଇ ଜେଲ ହାବା ମଧ୍ୟ ଖାଉଛନ୍ତି। କେସିଙ୍ଗା ରେଳ ଷ୍ଟେସନ ରେ ଆରପିଏଫ ତ ଅଛନ୍ତି ହେଲେ ନ ଥିଲା ସଙ୍ଗେ ସମାନ। କେବଳ ଟ୍ରେନ ଆସିଲେ ପ୍ଲଟଫର୍ମ ରେ ଠିଆ ହୋଇ ନିଜର ଉପସ୍ଥିତି ଜାହିର କରୁଛନ୍ତି। ସେମିତି ଏକ ଚୋରି ଘଟଣା କେସିଙ୍ଗା ରେଳ ଷ୍ଟେସନ ରେ ଦୁଇଦିନ ତଳେ ଦେଖିବାକୁ ମିଳିଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ କିଛି ଲୋକ ବାହାର ରାଜ୍ୟ ରୁ ଆସି କେସିଙ୍ଗା ଷ୍ଟେସନ ରେ ଓହ୍ଲାଇ ନିଜ ଗ୍ରାମ ମୋଟେର ଯିବା ପାଇଁ ଷ୍ଟେସନ ରେ ବସ କୁ ଅପେକ୍ଷା କରିଥିଲେ ସେହି ସମୟରେ କୌଣସି ଦୁର୍ବୃତ୍ତ ଉକ୍ତ ୩ଜଣ ଯାତ୍ରୀ ଙ୍କୁ ନିଶାଯୁକ୍ତ ଜଳଜିରା ପିଇବାକୁ ଦେଇ ଥିଲା ଉକ୍ତ ଯୁବକ ମାନେ ଉକ୍ତ ନିଶା ଯୁକ୍ତ ଜଳଜିରା ପିଇ ବେହୋଶ ହୋଇ ଯାଇଥିଲେ ପରେ ଦୁର୍ବୃତ୍ତ ମାନେ ଯାତ୍ରୀ ମାନଙ୍କ ଠାରୁ ହଜାର ହଜାର ଟଙ୍କା ସହିତ ମୋବାଇଲ ନେଇ ଛୁ ମାରିଥିଲେ। ପରେ ଖବର ପାଇ ସକାଳେ କେସିଙ୍ଗା ପୋଲିସ ଷ୍ଟେସନ ପହଞ୍ଚି ଜଣେ ବେହୋସ୍ ହୋଇ ପଡିଥିବା ଜଣେ ଯୁବକକୁ ମେଡିକାଲ ଆଣି ଟ୍ରିଟମେଣ୍ଟ କରିଥିବା ଦେଖାଯାଇ ଥିଲା। ଏତେ ପରିମାଣରେ ଜଳ ଜିରା ରେ ନିଶା ଦ୍ରବ୍ଯ ମିଲାଜାଇଥିଲା ଯେ ଯୁବକ ମାନଙ୍କୁ ସକାଳ ୭ ପର୍ଯ୍ୟନ୍ତ ହୋସ ଆସିନଥିଲା। ତେଣୁ କେସିଙ୍ଗା ରେଳ ଷ୍ଟେସନ କୁ କିମ୍ବା ରେଳ ଷ୍ଟେସନ ରୁ ଯିବା ଆସିବା କରୁଥିବା ରେଳ ଯାତ୍ରୀ ମାନେ କୌଣସି ଅଜଣା ବ୍ୟକ୍ତି ଙ୍କ ଠାରୁ କିଛି ଖାଇବା ପିଇବା ଗ୍ରହଣ ନ କରିବା ପାଇଁ କ୍ରାନ୍ତିକ୍ଷେତ୍ର ନ୍ୟୁଜ ପରିବାର ପକ୍ଷରୁ ନିବେଦନ କରାଯାଉଛି।