କାଳୀପୂଜା ପାଇଁ ସଜେଇ ହୋଇଛି ମୁଖିଗୁଡ଼ା

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। କାଳୀପୂଜା ପାଇଁ ସଜେଇ ହୋଇଛି କଳାହାଣ୍ଡି ଜିଲ୍ଳାର ମୁଖିଗୁଡ଼ା। ଏଠାରେ ଧୁମଧାମରେ ପାଳନ ହେଉଛି କାଳୀପୂଜା। ସୋମବାର ବିଳମ୍ବିତ ରାତ୍ରିରେ ମାଆଙ୍କ ପୂଜା ଆରମ୍ଭ ହୋଇଛି। ନିଶାର୍ଦ୍ଧରେ ପୂଜା ଆରମ୍ଭ ହୋଇ ଚଣ୍ଡିପାଠ ସାଙ୍ଗକୁ ସହସ୍ର ନାମ ଯଜ୍ଞ ଚାଲିଛି। ଚଳିତ ଥର ୩୨ ତମ ପୂଜାର ଆୟୋଜନ କରିଛି କମିଟି।ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୂଜା ଦେଖିବାକୁ ଜିଲ୍ଲା ସମେତ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା।