ଗଣ୍ଡପତ୍ରାପାଲିରେ କ୍ଲଷ୍ଟର୍ ସ୍ତରୀୟ ସୁରଭି

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞଶେନି ବାଗ) : ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି। ସିଆରସିସି ହରେକୃଷ୍ଣ ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ମାନେଶ ସୁନା ମୁଖ୍ୟ ଅତିଥି, ବିଆରସିସି ନାରାୟଣ ଭୋଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ଶୋଭା ନାୟକ କାର୍ଯ୍ୟକ୍ରମ ନିରୀକ୍ଷକ ରହିଥିଲେ। ସମିତି ସଭ୍ୟା ଅନିତା ଦୀପ, କମରଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା, ଧରପଗଡ଼ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ପ୍ରଧାନ ଏବଂ ଲକ୍ଷରାଜ ମେହେର, ଉପେନ୍ଦ୍ର ବେହେରା, ଉପେନ୍ଦ୍ର ନନ୍ଦ, ଟିକେଶ୍ୱର ଭୋଇ, ପ୍ରମୋଦ କୁମାର ବୁଡେକ, ଶେଷଦେବ ପ୍ରଧାନ, ଜୟଶଙ୍କର ଶତପଥୀ, ପ୍ରଦୀପ କୁମାର ନାଗ ପ୍ରମୁଖ ସିଆରସିସି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।  ନିରଞ୍ଜନ ପୃଷ୍ଟି, ରୀମା ବର୍ମା, ମମତା ଦୀପ, ଅମୃତା ମହାନ୍ତି, ମଞ୍ଜରୀ ସେଠ, ଗୀତାଞ୍ଜଳି ଦଣ୍ଡସେନା, ମିତାଞ୍ଜଳି ସ୍ୱାଇଁ, ସୁମନ୍ତ ବଗର୍ତ୍ତୀ, ଜୟନ୍ତୀ ମେହେର, ବୈଦେହି ମିର୍ଦ୍ଧା, ଦେବଶ୍ରୀ ଚୌଧୁରୀ, ସରିତା ଶତପଥୀ, ସୁସଙ୍ଗିତ ନାୟକ, ମମତାଜ ବେଗମ, ମଦନ କୁମ୍ଭାର, ଗୌରହରି ନାଗ, ଅର୍ଚ୍ଚନା ହୋତା, ମନୋରମା ରଣା, ସ୍ୱାଗତିକା ପ୍ରଧାନ, ସସ୍ମିତା ରଥ, ପୁଷ୍ପାଞ୍ଜଳି ମିଶ୍ର, ଲକ୍ଷ୍ମୀ ମିଶ୍ର, ବନ୍ଦିତା ଶୋଭା ନାୟକ, କୌତୁକ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।