ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରାଜ୍ୟ ସ୍ତରୀୟ କୁସୁଲାପୁଞ୍ଜା ଡଙ୍ଗର ମହୋତ୍ସବ

ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ସଦର ପଞ୍ଚାୟତ ଗୈାଡକର୍ଲାଖୁଣ୍ଟା କୁଶୁଲାପୁଞ୍ଜା ଡଙ୍ଗର ପାଦଦେଶରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ରାଜ୍ୟ ସ୍ତରୀୟ କୁଶଲାପୁଞ୍ଜା ଡଙ୍ଗର ମହୋତ୍ସବ କମିଟି ସଭାପତି ବିନୋଦ ମାଝୀ, ସମ୍ପାଦକ ବରିଷ୍ଠ ସାମ୍ବାଦିକ ଅନନ୍ତ ପାଲଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଡଙ୍ଗର ମହୋତ୍ସବରେ ରାଜ ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା। ମଙ୍ଗଳବାର ଦିନ ଉତ୍ତେଇ ନଦୀ ଠାରୁ  କଳସ ଯାତ୍ରା ହୋଇଥିବା ବେଳେ କର୍ତ୍ତା ଭାବେ ଡିଙ୍ଗର ଭୋଇ ଓ ତାଙ୍କ ସହଧର୍ମିଣୀ ଗିରିଜା ଭୋଇ , ପଣ୍ଡିତ ଉଦ୍ଧବ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରତି ଦିନ ସର୍ବସାଧାରଣ ଭକ୍ତାଲୁ ମାନଙ୍କ ପାଇଁ ଅନ୍ନପ୍ରସାଦ ରାତ୍ରି କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଛି। ପୂଜା ବିଭାଗରେ ମୋନହୋର ସାହୁ, ଭୂବନମାଝୀ, ହୃଷିକେଶ ମାଝୀ, ଧନୁର୍ୟ୍ଯ ହେର୍ଣ୍ଣା, ବଂଶି ବଦନ ଭୋଇ ସହଯୋଗ କରିଥିବାବେଳେ ରୋଷେଇ ବିଭାଗ ରେ ସନ୍ତୋଷ କୁମାର ପୁରୋହିତ, ରାମେଶ୍ବର ଭୋଇ, ନିମାଇଁ ପାଲ, ଟଙ୍କଧର ଭୋଇ,ସୁରେଶ ବାଗ,କେଶବ ପୋଢ, ନରେନ୍ଦ୍ର ବାଗ,ଶରଦ ପାଲ, ପିତାମ୍ବର ହେର୍ଣ୍ଣା,ରତନା ମାଝୀ ପ୍ରମୁଖ ସହଯୋଗ କରିଥିଲେ।