ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୋଡ଼) : ଝରିଗାଁ ବ୍ଲକ ଅନ୍ତର୍ଗତ ଥାଟବେଡା ଗ୍ରାମର ଗୋଟିଏ ପରିବାର କୌଣସି କାମରେ ଚନ୍ଦାହାଣ୍ଡି ଅଞ୍ଚଳକୁ ଯାଇ ଝରିଗାଁ ଅଭିମୁଖେ ଫେରୁଥିବା ସମୟରେ ବତାଝର ଗାଁ ନିକଟରେ ଇକୋ ଭ୍ୟାନ ଗାଡ଼ି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୬ ଜଣ ଆଘାତ ହୋଇଥିଲେ । ଘଟଣା ସ୍ଥଳରେ ଚନ୍ଦାହାଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ପରିବାର ଘରମଣୀ ମାଝୀଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିବା ଜଣାପଡ଼ିଛି ।

