କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପି .ଏମ . ଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଓ ରବିବାର ଦୁଇଦିନ ଧରି ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବ ମହାସମାରୋହର ପାଳିତ ହେଉଛି। ପ୍ରଥମେ ମଞ୍ଚରେ ଅତିଥି ମଞ୍ଚାସିନ, ଅତିଥିଙ୍କ ଦ୍ବାରା ଦ୍ଵୀପ ପଜ୍ଜଳନ, ସ୍ଵାଗତ ସମ୍ବର୍ଦ୍ଧନା , ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ପି.ଏମ. ଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମର ସଭାପତି ଖଗେଶ୍ବର ମାଝୀ ଙ୍କ ସଭାପତିତ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଓଡ଼ିଶା ସରକାର ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ମାନ୍ୟବର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ଚରଣ ସାହୁ, ସିଡ଼ିଓ ଦୟାମୟ ପାଢ଼ୀ, କଲମପୁର ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକ ପ୍ରମୁଖ ମଞ୍ଚାସିନ ରହି ଜୟନ୍ତୀ ପାଳନ ଉତ୍ସବବରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ୧୯୭୩ ମସିହାରେ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା, ସେହି ଦିନ ଠାରୁ ଏହି ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ଛାତ୍ରଛାତ୍ରୀଙ୍କ ସହଯୋଗ କ୍ରମେ ଏହି ପି .ଏମ. ଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ୫୦ତମ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି । ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସଭାପତି ସୁଧାଂଶୁ ଶେଖର ପଣ୍ଡା, ଉପ ସଭାପତି ବିଜୟଦେବ ସାହୁ, ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, ସହସଂପାଦକ ଗଣେଶ ଦଳେଇ, କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ସାହୁ ଏବଂ ପୁରାତନ ଛାତ୍ର ସମୂହ, ବିଦ୍ୟାଳୟ କମିଟି , ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖଙ୍କ ପ୍ରଚେଷ୍ଟାରେ ଜୟନ୍ତୀ ପାଳନ ହେଉଛି । କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ଵିନୀ କୁମାର ମୁଣ୍ଡ ଏବଂ ଛାତ୍ରୀ ପୁଣ୍ୟତୟା ପଧାନ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ।

