ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଝରିଗାଁ/କାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ଝରିଗାଁ ରେଞ୍ଜ କଙ୍ଗରା ଫରେଷ୍ଟ ସେକ୍ସନ ଅଧୀନ ଦାହିମାଳ ଗ୍ରାମର ଜଣେ ମହିଳା ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ମହିଳା  ଦାହିମାଳ ଗ୍ରାମର ଦୁରପତି ଗୌଡ଼ (୩୮) ବୋଲି ଜଣାପଡିଛି।  ଦୁରପତି ଗୌଡ଼ ଓ ତାଙ୍କ ସ୍ଵାମୀ ଆଜି ସକାଳେ ମକା ଜଙ୍ଗଲକୁ ଯାଉଥିବା ସମୟରେ ଏକ ଜଙ୍ଗଲି ଭାଲୁ ହଠାତ୍ ଆକ୍ରମଣ କରିଥିବାରୁ ସ୍ଵାମୀ-ସ୍ତ୍ରୀ ଉଭୟ ଅଲଗା ହୋଇଯାଇଥିଲେ। ଭାଲୁ ଦୁରପତିକୁ ଅତର୍କିତ ଭାବେ ଆକ୍ରମଣରେ କରି ଲହୁଲୁହଣା କରିଦେଇଥିଲା। ଭାଲୁ କବଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଗ୍ରାମବାସୀ ଓ ଜଙ୍ଗଲ କର୍ମଚାରୀ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।