ବିଦ୍ୟାଳୟରେ ଆନ୍ତର୍ଜାତୀୟ ଜଳବାୟୁ କାର୍ଯ୍ୟଦିବସ ପାଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରେ “ଆନ୍ତର୍ଜାତିକ ଜଳବାୟୁ କାର୍ଯ୍ୟଦିବସ” -୨୦୨୫ ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି। ଜଳବାୟୁର ସୁରକ୍ଷା ଓ ସନ୍ତୁଳନ ତଥା ସାମୁହିକ ଜନସଚେତନତା ହିଁ ଆଜିର ଆବଶ୍ୟକତା ବୋଲି ଶ୍ରୀ ବେହେରା ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରବନ୍ଧ, ସ୍ଲୋଗାନ ଲିଖନ୍, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶକ୍ତି କ୍ଲବର ଭାରପ୍ରାପ୍ତ ଶିକ୍ଷୟତ୍ରୀ ଜୀତାରାଣୀ ସାହୁ ଓ ଇକୋକ୍ଲବର ଭାରପ୍ରାପ୍ତ ଶିକ୍ଷକ ଗିରିଧାରୀ ଭୋଇ ଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନବମ ଶ୍ରେଣୀ ଛାତ୍ର ଲମ୍ବୋଦର ଗୋପାଳ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ କାବ୍ୟା ବଚ୍ଛା ସଂଯୋଜନା କରିଥିଲେ ।