ଗୋଲାବାରୁଦ କାରଖାନା ବଡ଼ମାଳ ତରଫରୁ ସିଏସଆର ପ୍ରକଳ୍ପ ଉଦ୍ଧଘାଟିତ

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞଶେନି ବାଗ) : ଗୋଲାବାରୂଦ କାରଖାନା ବଡ଼ମାଳ ପକ୍ଷରୁ ମିଉନିସନ୍ସ ଇଣ୍ଡିଆ ଲିମିଟେଡ଼ ଏମଆଇଏଲ ର ବ୍ୟବସାୟାକ ସାମାଜିକ ଦାୟିତ୍ୱ ସିଆରସି ପାଣ୍ଠିରୁ ସଇଁତଲା ବ୍ଲକ କୁଇକେଡ଼ା ଅଧିନସ୍ଥ ରେଙ୍ଗାଲି ଗ୍ରାମ ତାଲମୁଣ୍ଡା ସଇଁତଲା ବ୍ଲକ କୁଇକେଡା ରେଙ୍ଗାଲି ତାଳମୁଣ୍ଡା ପଖୋରିର ପୁନଉଦ୍ଧାର ତଥା ତାର ପଥର ଆଡିବନ୍ଦ ନିର୍ମାଣ କରାଯାଇ ତାର ଉଦ୍ଧଘାଟନ କରାଯାଇଛି। କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ କାରଖାନାର ମୁଖ୍ୟ ପ୍ରବନ୍ଦକ ପ୍ରଦୀପ କୁମାର ଦାଶ ପ୍ରକଳ୍ପର ଶୁଭ ଉଦ୍ଧଘାଟନ କରିଥିଲେ। ପ୍ରକଳ୍ପ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାପ୍ରବନ୍ଧକ ପ୍ରଭାସ ଭୋଇ ଭାରପ୍ରାପ୍ତ ଅଧିକାରୀ ହିମାଂଶୁ କୁମାର ତ୍ରିପାଠୀ ଲୋକ ସମ୍ପର୍କ ଅଧିକାରୀ ଦିଲପ ଚନ୍ଦ୍ର ପଟ୍ଟନାୟକ, ପ୍ରବନ୍ଧକ ସୁରେଶ୍ୱର ମେହେର, କନିଷ୍ଠ କାର୍ଯ୍ୟ ପ୍ରବନ୍ଧକ ପ୍ରକଶ ଚନ୍ଦ୍ର ସାହୁ ଅନ୍ୟାନ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ। ସ୍ଥାନୀୟ ସରପଞ୍ଚ ଯୁଗଲାଲ ମାଝୀ ଅଥିତି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିବା ସହ କାଯ୍ୟକ୍ରମ ପରିଚାଳନା କରିଥିଲେ। ଲବେନ୍ଦ୍ର ବେହେରା ରାଜକୁମାର ବେହେରା ଅଯୋଗଙ୍କୁ ସହଯୋଗ କରିଥିଲେ। ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଏବଂ ଧନ୍ୟବାଦ ପ୍ରଧାନ କରିଥିଲେ। ଏହି କାଯ୍ୟକ୍ରମରେ ଆଖପାଖ ଗାଁ ମହିଳା ପୁରୁଷ ସାମିଲ ହୋଇଥିଲେ।