ପି.ଏମ୍. ଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପି.ଏମ. ଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଅକ୍ଟୋବର ୨୫ ଓ ୨୬ ତାରିଖ ଶନିବାର ଓ ରବିବାର ଦୁଇଦିନ ଧରି ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବ ମହାସମାରୋହର ପାଳିତ ହେଉଛି। ସୁବର୍ଣ୍ଣ ଜୟନ୍ତୀ ମଞ୍ଚରେ ସର୍ବ ପ୍ରଥମେ ଅତିଥିଙ୍କ ଦ୍ବାରା ଦ୍ଵୀପ ପଜ୍ଜଳନ, ସ୍ଵାଗତ ସମ୍ବର୍ଦ୍ଧନା, ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ପି.ଏମ. ଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମରେ ସଭାପତି ଭାବରେ ସୁବର୍ଣ୍ଣ ଜୟନ୍ତୀର କୋଷାଧ୍ୟକ୍ଷ ଗଣେଶଚନ୍ଦ୍ର ସାହୁଙ୍କ ସଭାପତିତ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ମୁଖ୍ୟ ଅତିଥି , ମୁଖ୍ୟବକ୍ତା ଭାବରେ କୋକସରା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧୀର ରଞ୍ଜନ ପଣ୍ଡା , ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଜମରା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ପଣ୍ଡା , ଶିକ୍ଷାବିଦ ପୁରୁଷୋତ୍ତମ ଠାକୁର, କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗୀ ପ୍ରମୁଖ ମଞ୍ଚାସିନ ରହି ଜୟନ୍ତୀ ପାଳନ ଉତ୍ସବବରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ୧୯୭୩ ମସିହାରେ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା, ସେହି ଦିନ ଠାରୁ ଏହି ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ଛାତ୍ରଛାତ୍ରୀଙ୍କ ସହଯୋଗ କ୍ରମେ ଏହି ପି.ଏମ. ଶ୍ରୀ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ୫୦ତମ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି। ଦ୍ୱିତୀୟ ଅଧିବେଶନରେ ସର୍ବ ପ୍ରଥମେ ପୁରାତନ ଶିକ୍ଷକ ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ପୁରାତନ ଛାତ୍ରଛାତ୍ରୀ ମାନେ ପୂଜ୍ୟ ଗୁରୁ ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସଭାପତି ସୁଧାଂଶୁ ଶେଖର ପଣ୍ଡା, ଉପ ସଭାପତି ବିଜୟଦେବ ସାହୁ, ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, ସହସଂପାଦକ ଗଣେଶ ଦଳେଇ, କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ସାହୁ ଏବଂ ପୁରାତନ ଛାତ୍ର ସମୂହ, ବିଦ୍ୟାଳୟ କମିଟି, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖଙ୍କ ପ୍ରଚେଷ୍ଟାରେ ଜୟନ୍ତୀ ପାଳନ ଜାରି ରହିଛି। ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମରେ ଶିକ୍ଷକ କ୍ଷୀରୋଦ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।