କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଦୀପାବଳୀ ଦିନ ବାହାର ରାଜ୍ୟରୁ ଆସି କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଓହ୍ଲାଇ ନିଜ ଗାଁ ମୋଟେର ଯିବା ପାଇଁ ଷ୍ଟେସନରେ ବସ ଅପେକ୍ଷା କରିଥିବାବେଳେ ଜଣେ ଅଜଣା ବ୍ୟକ୍ତି ରେଳ ଯାତ୍ରୀଙ୍କ ସହିତ ତାଙ୍କର ବିଶ୍ବାସ ଜିତି ଶେଷରେ ଜଳଜିରା ପାନୀୟରେ ନିଶା ଦ୍ରବ୍ଯ ମିଶାଇ ପିଇବାକୁ ଦେଇ ତିନି ଜଣଙ୍କ ଠାରୁ ତିନୋଟି ମୋବାଇଲ ଓ ଟଙ୍କା ଚୋରି କରି ଦୁର୍ବୃତ୍ତ ଛୁ ମାରିଥିଲେ। ସକାଳେ ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ଜଣେ ହୋସ ନ ଥିବା ଯାତ୍ରୀ ଙ୍କୁ କେସିଙ୍ଗା ମେଡିକାଲ ରେ ଭର୍ତ୍ତି କରାଇ ଥିଲା । ହେଲେ ନିଶାସକ୍ତ ଯୁବକ ଜଣକ କେତେ ବେଳେ ମେଡିକାଲ ବେଡ ଛାଡ଼ି ଫେରାର ହୋଇଯାଇଥିଲେ, କେହି ଜାଣି ପାରିଲେ ନାହିଁ । ସେଥି ପାଇଁ ମେଡିକାଲ ସୁରକ୍ଷା ବ୍ୟବସ୍ଥା କୁ ନେଇ ବର୍ତ୍ତମାନ ସହରରେ ଚର୍ଚ୍ଚା ହେଉଛି। ଯଦି ପୋଲିସ ଛାଡ଼ି ଯାଇଥିବା ରୋଗୀ ମେଡିକାଲ ପରିସର ଭିତରୁ ତାହା ପୁଣି ବେଡରେ ଥାଇ ଚିକିତ୍ସିତ ହେଉଥିବା ସମୟରେ ଫେରାର ହୋଇଯାଉଛି, ତେବେ ସାଧାରଣ ଲୋକଙ୍କ କଥା ପଚାରେ କିଏ । ମେଡିକାଲ ରେ ସିସି ଟିଭି ନାମକୁ ମାତ୍ର ରହିଥିବାବେଳେ ଏହି ଘଟଣା ପାଇଁ କିଏ ଦାୟୀ ରହିବ ପୋଲିସ ନା ମେଡିକାଲ କର୍ତ୍ତୃପକ୍ଷ ତାହା ଏକ ବଡ଼ ପ୍ରଶ୍ନ? । ଯେତେ ବେଳେ ରେଳ ବାଇ ପୋଲିସ ଷ୍ଟେସନ ରେ ଚୋରି ଘଟଣା ର ତଦନ୍ତ ପାଇଁ ମେଡିକାଲ ରେ ଭର୍ତ୍ତି ରେଳଯାତ୍ରୀ ଙ୍କ ପାଖକୁ ତଦନ୍ତ ପାଇଁ ଗଲେ ସେତିକି ବେଳେ ଜଣା ପଡ଼ିଲା ଓ ଖବର ପ୍ରଘଟ ହେଲା ଯେ ମେଡିକାଲ ରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ କେତେବେଳେ ମେଡିକାଲ ରୁ ଛୁ ହୋଇ ଯାଇଛି ।

