ଓଡିଶା ରାଜ୍ୟ ଦନ୍ତ ସମ୍ମିଳନୀ ୨୦୨୫, ପଶ୍ଚିମ ଓଡ଼ିଶାର ଶ୍ରେଷ୍ଠ ଦନ୍ତ ଚିକିତ୍ସକ ଭାବେ ଡକ୍ଟର ସୌମ୍ୟ ରଞ୍ଜନ ବେହେରା ସମ୍ମାନିତ

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଭାରତୀୟ ଦନ୍ତ ସଂଘ (ଆଇଡିଏ) ଦ୍ବାରା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଓଡ଼ିଶା ରାଜ୍ୟ ଦନ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ୍ତରରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଅଭିଜ୍ଞ ଦନ୍ତ ଚିକିତ୍ସକଙ୍କୁ ସେମାନଙ୍କ ଉତ୍ତମ ସେବା ତଥା ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସମ୍ମାନିତ କରାଯାଇଛି।ଯେଉଁଠି କଳାହାଣ୍ଡି ଜିଲ୍ଲାରୁ ଦୁଇଜଣ ଦନ୍ତ ଚିକିତ୍ସକଙ୍କୁ ସେମାନଙ୍କର ଉତ୍ସର୍ଗୀକୃତତା ଏବଂ ଅନୁକରଣୀୟ କାର୍ଯ୍ୟ ପାଇଁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ ଦନ୍ତ ସଂଘର ସଭାପତି ଡକ୍ଟର ଲଲାଟେନ୍ଦୁ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲ୍ଓ୍ବାର ଏବଂ ବିଧାୟକ କଳିକେଶ ସିଂହଦେଓ ଉପସ୍ଥିତ ଥିଲେ। ଜୁନାଗଡର ସ୍ୱସ୍ତି ଡେଣ୍ଟାଲ୍ କେୟାରର ଡାକ୍ତର ସୌମ୍ୟରଞ୍ଜନ ବେହେରାଙ୍କୁ ପଶ୍ଚିମ ଓଡ଼ିଶାର ଶ୍ରେଷ୍ଠ ଦନ୍ତ ଚିକିତ୍ସକ ଭାବେ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ଅନ୍ୟତମ ଉଦୀୟମାନ ଦନ୍ତ ଚିକିତ୍ସକ ଲିନ୍ରାଜ ଡେଣ୍ଟାଲ୍ କ୍ଲିନିକର ଡାକ୍ତର ସଂଗ୍ରାମ ପାଣିଗ୍ରାହିଙ୍କୁ ମଧ୍ୟ ଉଦୀୟମାନ ଦନ୍ତ ଚିକିତ୍ସକ ଭାବରେ ସମ୍ମାନିତ କରାଯାଇଛି। ଯାହା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ଭାରତୀୟ ଦନ୍ତ ସଂଘ ସଚିବ ଡକ୍ଟର ସୁବାଷ ନାୟକଙ୍କ ତତ୍ବାବଧାନରେ ଆୟୋଜିତ ରାଜ୍ୟ ସ୍ତରୀୟ ଏହି ସମ୍ମିଳନୀରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।