ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଅମାଠଗଡ ଗୁପ୍ତେଶ୍ୱର ମହାଦେବ ମନ୍ଦିର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା ର ସୀମା ରେ ଥିବା କେସିଙ୍ଗା ବ୍ଲକ ର ଅମାଠ ଗଡ ରେ ଥିବା ଗୁପ୍ତେଶ୍ୱର ମହାଦେବ ମନ୍ଦିର ର କୁ ଅନେକ ଶ୍ରଦ୍ଧାଳୁ ଉଣାଅଧିକେ ଜାଣିଥିଲେ ମଧ୍ୟ ଲୋକଲୋଚନ ଓ ସରକାର ଙ୍କ ଦୃଷ୍ଟିରେ ଆସି ପାରୁନାହିଁ ଉକ୍ତ ଶୈବପୀଠ।ଏନ୍ଏଚ ୨୬ କଡ ଓ ଚିରସ୍ରୋତା ତେଲ ନଦୀ କୂଳରେ ଅବସ୍ଥିତ ଉକ୍ତ ଶୈବ ପୀଠ ଟି ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ବଜ୍ରଗଦ ପାହାଡ଼ର ପାଦଦେଶରେ କାହିଁ କେତେ ଶତାବ୍ଦୀ ରୁ ମନ୍ଦିର ଥିଲେ ମଧ୍ୟ ପ୍ରାୟ ୫୦ ରୁ ୬୦ ବର୍ଷ ହେବ ମନ୍ଦିର ଟି ଲୋକଲୋଚନକୁ ଆସିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ଜଙ୍ଗଲ ପାହାଡ ଘେରା ଉକ୍ତ ଶୈବ ପୀଠ କୁ ବିଭିନ୍ନ ସମୟରେ ଭୂପେନ୍ଦ୍ର ସିଂ, ଦୁର୍ଯ୍ୟୋଧନ ମାଝୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜିଲ୍ଲାପରିଷଦ ଥିବା ସମୟରେ, ଡବ୍ଲୁ ଡି ସି ସଭ୍ୟ ଥିବା ବେଳେ ଅଭିନାସ୍ ଠାକୁର ଓ ବିଜେଡି ସରକାର ଅମଳରେ ଦୈବ ପୀଠ ଉନ୍ନତି କରଣ ପାଇଁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ର ଅନୁଦାନ ପ୍ରଦାନ କରାଯାଇ ପୀଠରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ସମ୍ପାଦନ କରାଯାଇଥିଲେ ସୁଦ୍ଧା ସମୁଦ୍ରକୁ ଶଙ୍ଖେ ପାଣି ଭଳି ମନେହେଉଛି।ମନ୍ଦିର ପାଇଁ ସରକାରୀ ଅନୁଦାନ ଅପେକ୍ଷା ଭକ୍ତ ଙ୍କ ଅନୁଦାନ ଅଧିକ ମିଳୁଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।ବାର ମାସରେ ୧୩ ପର୍ବ ଅନୁଷ୍ଠିତ ହେଉଛି ଉକ୍ତ ପୀଠରେ।ସେଥି ପାଇଁ ମନ୍ଦିର କମିଟି ପକ୍ଷରୁ ମନ୍ଦିର ଉନ୍ନତି ପାଇଁ ବର୍ତ୍ତମାନ ଭକ୍ତ ମାନଙ୍କ ପାଇଁ ଅନନ୍ତ ଭୋଗ ଯୋଜନା ନାମକ ଏକ ଯୋଜନା ଆରମ୍ଭ କରାଯାଇଛି ଏହି ଯୋଜନାରେ ଯେ କୌଣସି ଭକ୍ତ ୩୧୦୦ ଟଙ୍କା ଦେଇ ଆଜୀବନ ବର୍ଷକୁ ଏକ ଦିନ ଉକ୍ତ ଭକ୍ତ ଙ୍କ ନାମରେ ପୀଠରେ ଭୋଗ ଲଗାଜିବାର ବ୍ୟବସ୍ଥା କରାଯାଇଛି।ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ ଜଣ ଭକ୍ତ ନିଜର ନାମ ପଞ୍ଜିକୃତ କରିସାରିଥିବା ବେଳେ ଯଦି କୌଣସି ଭକ୍ତ ନିଜ ନାମରେ କିମ୍ବା ନିଜ ପରିବାର ନାମରେ ଅନନ୍ତ ଭୋଗ ଯୋଜନା ରେ ନିଜକୁ ସାମିଲ କରି ମନ୍ଦିର ର ବିକାଶ ରେ ନିଜର ନାମ ପଞ୍ଜିକୃତ କରିବା ପାଇଁ ଚାହୁଁ ଥିବା ଭକ୍ତ ମନ୍ଦିର ଯାଇ ବ୍ ଜର ନାମ ପଞ୍ଜିକୃତ କରିପାରିବେ ବୋଲି ଟ୍ରଷ୍ଟ ର ସମ୍ପାଦକ ଅନୁରୋଧ କରିଛନ୍ତି।ମନ୍ଦିର ଚରୁର୍ପାର୍ଶ୍ୱରେ ଗଣେଶ,ମାଁ ଚଣ୍ଡୀ ମନ୍ଦିର ଓ ଅନ୍ୟାନ୍ୟ ଦେବା ଦେବୀ ମନ୍ଦିର ରହିଥିବା ବେଳେ ଶିବରାତ୍ରି ସାଙ୍ଗକୁ ଅନେକ ପର୍ବପର୍ବାଣୀ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ। ଏଠାରେ ଶିବ ମହାପ୍ରଭୁ ଙ୍କ ସ୍ଵୟଂଭୂ ଶିବ ଲିଙ୍ଗ ରହିଛି।ସରକାର ଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ଉକ୍ତ ଶୈବ ପୀଠ କୁ ସରକାର ଙ୍କ ସୁ ଦୃଷ୍ଟି କେବେ ପଡ଼ିବ ଦେଖିବାକୁ ବାକି ରହିଲା।