ବାତ୍ୟା ମୋନ୍ଥା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଅକ୍ଟୋବର ୨୮ ,୨୯ ଓ ୩୦ ତାରିଖରେ ବାତ୍ୟା ମୋନ୍ଥା ପାଇଁ କଳାହାଣ୍ଡି ଜିଲ୍ଲା କୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଜୋନ ଘୋଷିତ କରିବା ପରେ ଅଧିକାରୀ ଙ୍କ ନିଦ ହଜି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନଜରରେ ରଖି ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କୁ ତିନି ଦିନ ଛୁଟି ଘୋଷଣା ହୋଇ ସାରିଛି। ଇତି ମଧ୍ୟରେ ସମସ୍ତ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ କରିଛି ଜିଲ୍ଲା ପ୍ରଶାସନ।ବାତ୍ୟା ମୋନ୍ଥା ର ମୁକାବିଲା ପାଇଁ ସୋମବାର ଦିନ ଅପରାହ୍ନ ରେ ସ୍ଥାନୀୟ ବିଡ଼ିଓ ଙ୍କ ଚାମ୍ବର ରେ ଏକ ବୈଠକ ଅନୁଷ୍ଠିତ ହୋଇ ବାତ୍ୟା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଇ ବାତ୍ୟା ସମୟରେ ଯେପରି କୌଣସି ଜନସାଧାରଣ ଙ୍କୁ କିଛି ବି ଅସୁବିଧା ନହେବ ଦରକାର ପଡିଲେ ସଙ୍ଗେ ସଙ୍ଗେ ରିଲଫ୍ ସାମଗ୍ରୀ କିପରି ପୀଡ଼ିତା ମାନଙ୍କ ପାଖରେ ଯଥା ଶୀଘ୍ର ପହଞ୍ଚି ପାରିବ ସେଥିପ୍ରତି ଗୁରୁତ୍ୱ ଆଲୋଚନା ହୋଇଥିଲା।ଦରକାର ପଡିଲେ ନଦୀ କୂଳରେ ଥିବା ଗ୍ରାମ ବେଲଖଣ୍ଡି,ହାତୀଖୋଜ, ସିର୍ଜାପାଲି, କୁମ୍ଭାରପଡ଼ା, ପଥର୍ଲା ଆଦି ଗ୍ରାମରେ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା।ଉକ୍ତ ରଣନୀତି ବୈଠକରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ଏବିଡ଼ିଓ ସିଦ୍ଧେଶ୍ୱର ମେହେର , ବନବିଭାଗ ଅଧିକାରୀ, ବିଦ୍ୟୁତ୍ ବିଭାଗ ଅଧିକାରୀ, ଅଗ୍ନିଶମ ବିଭାଗ ର ଅଧିକାରୀ,ରାଜସ୍ବ ଅଧିକାରୀ,କୃଷି ବିଭାଗର ଅଧିକାରୀ ଓ ସମସ୍ତ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଣନୀତି ପ୍ରସ୍ତୁତ କରିଥିଲେ।