ମୈଦଲପୁର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଉକ୍ତ ପଞ୍ଚାୟତର ୧୩ ଜଣ ୱାର୍ଡସଭ୍ୟ। ମୈଦଲପୁର ଗ୍ରାମପଞ୍ଚାୟତ ୨୨ଟି ୱାର୍ଡକୁ ନେଇ ଗଠିତ। ଗତ ୩ ବର୍ଷ ହେବ ଏହି ପଞ୍ଚାୟତର ସରପଞ୍ଚ ଭାବେ ଚନ୍ଦ୍ରଧ୍ଵଜ ମାଝୀ ନିର୍ବାଚିତ ହୋଇ ଦାୟିତ୍ଵ ତୁଲାଉଛନ୍ତି। ତେବେ ୱାର୍ଡ ସଭ୍ୟମାନେ ଉପଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗରେ ସରପଞ୍ଚ  ମାସିକ ବୈଠକରେ ଆୟବ୍ୟୟ ଉପସ୍ଥାପନ କରୁନାହାନ୍ତି । ସେହିପରି ଅନୁମୋଦିତ ପ୍ରକଳ୍ପ ଅନ୍ୟ ପଞ୍ଚାୟତର ଠିକାଦାର ଦ୍ବାରା କରାଇବା, ପଞ୍ଚାୟତ ପାଣ୍ଠି ହଡ଼ପ କରିବା, ପଞ୍ଚାୟତର ସମ୍ପତ୍ତି ଉପସ୍ଥାପନା ନ କରି ମନମୁଖୀ ଶାସନ ଚଲାଇଛନ୍ତି, ସାପ୍ତାହିକ ହାଟ ଟିକସ ଟଙ୍କା ହଡ଼ପ, ହରିଶ୍ଚନ୍ଦ ଯୋଜନା ହଡ଼ପ ଓ ମଦ ଭାଟିରୁ ବେଆଇନ ଭାବେ ଟଙ୍କା ଆଦାୟ କରିବା। ଏଭଳି ବିଭିନ୍ନ ବେଆଇନ କାର୍ଯ୍ୟରେ ସରପଞ୍ଚ ଲିପ୍ତ ରହୁଛନ୍ତି। ତେଣୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଉପଜିଲ୍ଲାପାଳ ଏନେଇ ପାପଡ଼ାହାଣ୍ଡି ବିଡିଓକୁ ଚିଠି କରି ଆସନ୍ତା ନ‌ଭେମ୍ବର ୧୧ ତାରିଖ ଦିନ ୧୨ ଘଣ୍ଟା ସମୟରେ ମୈଦଲପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପାପଡ଼ାହାଣ୍ଡି ତହସିଲଦାର ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସତନ୍ତ୍ର ବୈଠକ ସହ ଅନାସ୍ଥା ଭୋଟ ଗ୍ରହଣ କରା‌ଯିବ ବୋଲି କହିଥିବା ଜଣାପଡ଼ିଛି।