କେସିଙ୍ଗାରେ ଛଟ ପୂଜାର ଧୁମ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ମୁଖ୍ୟତଃ ପୂର୍ବ ଉତ୍ତର ଭାରତୀୟ ଓ ମୁଖ୍ୟତଃ ବିହାର ବାସୀ ଙ୍କ ମୁଖ୍ୟପର୍ବ ଛଟ ପୂଜା ଏହି ପୂଜା ଟି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଷଷ୍ଠୀ ଦିନରୁ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦାନ କରି ଆରମ୍ଭ ହେଉଥିବା ଉକ୍ତ ପର୍ବ ଚାରିଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିନ ସୂର୍ଯ୍ୟାସ୍ତ ରୁ ଆରମ୍ଭ ହୋଇଥିବା ଉକ୍ତ ପୂଜା ଟି ଚତୁର୍ଥ ଦିନ ସୁର୍ଯୋଦୟ ରେ ସମାପ୍ତି ହୋଇ ଥାଏ।ଏବଂ ଉକ୍ତ ଛଟ ପୂଜା ର ଉଦେଶ୍ୟ ହେଲା ସ୍ବାମୀ ଓ ସନ୍ତାନଙ୍କ ଦୀର୍ଘାୟୁ ଓ ପାରିବାରିକ ସୁଖ ଓ ସମ୍ବୃନ୍ଧି ରେ ବିକାଶ।ଉକ୍ତ ଛଟପୂଜା ପାଳନ ପାଇଁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ତେଲନଦୀ ପୀଠରେ ଦେଖାଯାଇଥିଲା ବ୍ରତଧାରି ମହିଳା ମାନକର ମେଲି। ଭୋର ୪ ଟାରୁ ଅଞ୍ଚଳରେ ଥିବା କିଛି ପୂର୍ବ ଉତ୍ତର ଭାରତୀୟ ମହିଳା ଓ କିଛି ସ୍ଥାନୀୟ ମହିଳା ମାନେ ସ୍ଥାନୀୟ ନଦୀ ଘାଟରେ ଛଟି ମାଁ ଙ୍କ ପୂଜାର୍ଚ୍ଚନା କରିଥିଲେ।ହେଲେ ନଦୀ ଘାଟରେ ରାସ୍ତା ରେ ତଳକୁ ଓହ୍ଲାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୁବ୍ୟବସ୍ଥା ନ ଥିବାରୁ ମହିଳା ମାନକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଚଳିତ ବର୍ଷ ତ ଯେମିତି ସେମିତି ଚାଲିଗଲା ଆସନ୍ତା ବର୍ଷ ଛଟ ପୂଜା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଦୀ ପୀଠ ର ସଫା ସୁତୁରା ସାଙ୍ଗକୁ ରୋଡ ରୁ ନଦୀ କୁ ଓହ୍ଲାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି।