ମହା କାର୍ତ୍ତିକ ପୁରାଣ ପାଇଁ କଳସ ଯାତ୍ରା

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଭବାନିପାଟଣା ସହର ଦର୍ପଣ ସାଗରପଡାରେ ଚଳିତ ବର୍ଷ ଚତୁର୍ଥ ବର୍ଷ କାର୍ତ୍ତିକ ପୁରାଣ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ଦର୍ପଣ ସାଗର ପଡାରୁ କଳସ ଯାତ୍ରା ବାହାରି ପୁରୁଷୋତ୍ତମ ସାଗରକୁ ପହଞ୍ଚି ପୂଜାର୍ଚ୍ଚନା ପରେ ପୁଣି ଦର୍ପଣ ସାଗର ପଡାରେ ପହଞ୍ଚିଥିଲା। କଳସ ଯାତ୍ରାରେ ଦର୍ପଣ ସାଗରପଡା ସମେତ ଆଖପାଖ ଅଞ୍ଚଳର ଶହ ଶହ ମହିଳା, ପୁରୁଷ, ଯୁବକ ଯୁବତୀ ମାନେ ଏଥିରେ ସାମିଲ ହୋଇଥିଲେ। ଚଳିତ ବର୍ଷ ଏହି କାର୍ତ୍ତିକ ପୁଜା ଚତୁର୍ଥ ବର୍ଷ ପାଳନ ହେଉଛି । ଏହି ପୁଜା ଚଳିତ ମାସ ୨୯ ତାରିଖ ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ମହା କାର୍ତ୍ତିକ ପୁଜା ଅନୁଷ୍ଠିତ ହେବ। ଦିର୍ଘ ସାତଦିନ ଧରି କାର୍ତ୍ତିକ ପୁରାଣ ପଢାଯିବ । ଚଳିତ ବର୍ଷ କର୍ତ୍ତା ଭାବରେ ଦିବ୍ୟ ନାରାୟଣ ବିଶି ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ବିଶି କାର୍ଯ୍ଯ ତୁଳାଉଥିବାବେଳେ ପୁଜକ ଭାବରେ ଶ୍ରୀନିବାସ ମୁଣ୍ଡ ସମସ୍ତ ପୁଜା କାର୍ଯ୍ଯ ତୁଲାଉଛନ୍ତି। ଏହା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହିତ ନଭେମ୍ବର ୪ ତାରିଖ ସନ୍ଧ୍ୟାରେ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।