କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ପକ୍ଷରୁ ସ୍ଥାନୀୟ କେସିଙ୍ଗା ମହାବିଦ୍ୟାଳୟ ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମଦିନ ୩୧ ଅକ୍ଟୋବର କୁ ଆଖି ଆଗରେ ରଖି ଭାରତ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରୀୟ ଏକତା ଦିବସ ଇତି ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କେସିଙ୍ଗା ପୋଲିସ ପକ୍ଷରୁ ମହାବିଦ୍ୟାଳୟ ରେ ବକୃତା ଓ ଏସେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଏସ ଡି ପି ଓ ସନ୍ଦୀପ କୁମାର ମାଝୀ, ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ ଅଧ୍ୟାପକ ଉମେଶ କୁମାର ବିଶ୍ବାଳ ଓ ମହାବିଦ୍ୟାଳୟ ର ଅଧ୍ୟାପକ / ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ। ଡିବେଟ ରେ +୩ ର ହିତାଂଶୁ ମହଲା ପ୍ରଥମ ,ପ୍ରିୟା ପଣ୍ଡା ଦ୍ୱିତୀୟ ଓ ଶ୍ରେୟା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏସ ଏ ରେ ପ୍ରିୟା ପଣ୍ଡା ପ୍ରଥମ, ସନମ ପ୍ରଧାନ ଦ୍ୱିତୀୟ ଓ ହିତେଶ ମହଲା ତୃତୀୟ ସ୍ଥାନ ଅଧିକାର କରିଥିଲେ।

