ଜାତୀୟ ଏକତା ଦିବସ ପାଳନ ଓ ମାରାଥନ ଦୌଡ

କାଶିପୁର/କ୍ରାନ୍ତିକ୍ଷେତ୍ର ନ୍ଯୁଜ୍ :  କାଶୀପୁର ପୋଲିସ ଥାନ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜାତୀୟ ଏକତା ଦିବସ ପାଳିତ ହୋଇଛି। ଏହି ଅବସରରେ ମନ୍ଦିର ନିକଟରେ ଶତାଧିକ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଯୁବକ ଗୋଷ୍ଠୀ, ଅନେକ ସମାଜ ସେବୀ ଓ ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମରେ କାଶୀପୁର ଆଇଆଇସି ଏବଂ ପଞ୍ଚାୟତ ସମିତି ଅଧିକାରୀ ଜାତୀୟ ଏକତା ଦିବସର ମହତ୍ୱ ଓ ଏହାର ପରିଭାଷା ସମ୍ବନ୍ଧରେ ଆଲୋକପାତ କରିବା ସହ ଆଜିର ଏଆଇ ବା କୃତ୍ରିମ ବୁଦ୍ଧିମତା ଜଗତରେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବେ ଏବଂ ଲୋକେ ଏଆଇ ପ୍ରତି କେମିତି ସାବଧାନତା ଓ ସଚେତନ ହେବେ ମୁଖ୍ୟତଃ ଏହାରି ବିଷୟରେ ବାର୍ତ୍ତା ଦେଇଥିଲେ। ଏହି କ୍ରମରେ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକତା ଓ ଭାଇଚାରା ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ଗଣଦୌଡ କରାଯାଇଥିଲା। ଏହି ଦୌଡରେ ଛାତ୍ର ଛାତ୍ରୀ, ସ୍ଥାନୀୟ ଯୁବ ଗୋଷ୍ଠୀ, ବ୍ଲକ ଡ୍ରାଇଭର ସଙ୍ଘ ଓ ଜନସାଧାରଣ ସାମିଲ ହୋଇଥିଲେ। ଏହି ଅବସରରେ ବ୍ଲକ ଅଧିକାରୀ ବିଜୟୀ କୁମାର ସୋଏ, କାଶୀପୁର ତହସିଲଦାର ସୁନୀଲ କୁମାର ଟୁଡୁ, ଅତିରିକ୍ତ ତହସିଲଦାର ବିଘ୍ନରାଜ କାଁହର, ଥାନା ଭାରପ୍ରାପ୍ତ ଅଧିକାରୀ ଦେବଦତ୍ତ ମଲିକ, ସବ-ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ, ସବ-ଇନ୍ସପେକ୍ଟର ସନ୍ଧ୍ୟାରାଣୀ ତୀର୍କୀ,ଅତିରିକ୍ତ ସବ-ଇନ୍ସପେକ୍ଟର ରୁଦ୍ରଦେବ ନାଏକ, ଅତିରିକ୍ତ ସବ-ଇନ୍ସପେକ୍ଟର ରବୀନ୍ଦ୍ର କୁମାର ପାତ୍ର ଓ ପୂର୍ବତନ ଆର୍ମୀ କମାଣ୍ଡେଣ୍ଟ ରାମ ବାବୁଙ୍କ ସମେତ ପୋଲିସ ଓ ଯବାନ ମାନେ ଉପସ୍ଥିତ ଥିଲେ।  ସମାଜ ସେବୀ ବିଶ୍ୱମ୍ବର ନାଏକ, ଅନିଲ ଜୈନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।