ରାୟଗଡା/କ୍ରାନ୍ତିକ୍ଷେତ୍ର ନ୍ଯୁଜ୍ (ପ୍ରଶାନ୍ତ ସେନାପତି) : ୟୁଜିଏମ୍ଆଇଟି ବୈଷୟିକ ଅନୁଷ୍ଠାନ, ରାୟଗଡ଼ାରେ ଛାତ୍ରୀଙ୍କୁ ଜନୈକ ଅଧ୍ୟାପକଙ୍କ ଅସଦାଚରଣ ଯୋଗୁଁ ଫାଟକ ଆଗରେ ବସିଲେ ଛାତ୍ରଛାତ୍ରୀ। ଉକ୍ତ ଅଧ୍ୟାପକ ପୂର୍ବରୁ ଏଭଳି କିଛି କଳାକାରନାମା ଥିବା ମଧ୍ଯ କହୁଛନ୍ତି କିଛି ଛାତ୍ରୀ। ରାୟଗଡ଼ା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଗତ ଦୁଇ ଦିନ ତଳେ ଉକ୍ତ ଅନୁଷ୍ଠାନର ଗଣିତ ପ୍ରାଧ୍ୟାପକ ପ୍ରଦିପ କୁମାର ତ୍ରିପାଠୀ ସିଭିଲ ଇଞ୍ଜିନିୟରିଂ ରେ ଡିପ୍ଲୋମା ପ୍ରଥମ ବର୍ଷାର ଜନୈକ ଛାତ୍ରିକୁ ଅସଦାଚରଣ କରିବା ନେଇ ଅଭିଯୋଗ ଆଣିଥିଲେ। କିନ୍ତୁ ଅନୁଷ୍ଠାନ ପକ୍ଷରୁ ଏହି ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିବା ନେଇ ଆଭିଯୋଗ ଆଣି ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ନ୍ୟାୟ ଦେବା ନେଇ ଫାଟକ ଆଗରେ ଧାରଣାରେ ବସିଥିଲେ । ଏହା ପୂର୍ବରୁ ମଧ ଉକ୍ତ କରିତକର୍ମା ପ୍ରାଧ୍ୟାପକ ଏଭଳି ଅନୈତିକ ଘଟଣାରେ ସଂପୃକ୍ତ ଥିଲେ ମଧ୍ୟ ସେ ଅନୁଷ୍ଠାନର ପରୀକ୍ଷା ଦାୟିତ୍ଵ ତୁଲାଇଥିବା ଯୋଗୁଁ ଭୟରେ କେହି ମୁହଁ ଖୋଲୁ ନଥିବା ଜନୈକ ଛାତ୍ରୀ କହିଛନ୍ତି। ଉକ୍ତ ପ୍ରଧ୍ୟାପକଙ୍କୁ ବଦଳି କରିବା ସହ ଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ନେଇ ଆଡି ବସିଛନ୍ତି। ଅନ୍ଯପଟେ ଏପରି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଅଧ୍ଯାପକ ପ୍ରଦୀପ ତ୍ରିପାଠୀ। ଅଜାଣତରେ ଏପରି କିଛି ଘଟଣା ଘଟିଥାଇପାରେ ବୋଲି ସେ କହିଛନ୍ତି।

