୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ଶ୍ରମିକ ମୃତ୍

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ଯୁଜ୍ : କଳାହାଣ୍ଡି ଜିଲ୍ଲା କେଗାଁ ଠାରେ ଆଜି ନିର୍ମାଣଧୀନ ଘରେ କାମ କରୁଥିବାବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ମୃତ ମହିଳା ହେଲେ ଲବଣି ପୁଟେଲ। ସୂଚନା ଅନୁସାରେ କେଗାଁର ଅଶୋକ ଅଗ୍ରୱାଲଙ୍କ ନିର୍ମାଣଧୀନ ଘରେ  ଶ୍ରମିକ ଭାବେ ପୀତବାସ ପୁଟେଲଙ୍କ ସ୍ତ୍ରୀ ଲବଣି ପୁଟେଲ କାମ କରୁଥିଲେ। ହେଲେ ଛାତ ଉପରେ କାମ କରୁଥିବା ସମୟରେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର  ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ଚପରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଲବଣିଙ୍କୁ ମୃତ ଘୋଷଣା କରିଥିଲେ।