ଝରିଗାଁ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ଯୁଜ୍ (ଭୋଦେବ ଗୌଡ଼) : ଝରିଗାଁ ପୋଲିସ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ରାଷ୍ଟ୍ରୀୟ ଏକତା ଦିବସ ତଥା ମହାମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳିତ ହୋଇଛି। ଝରିଗାଁ ପୋଲିସ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଥାନା ଠାରୁ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୨୭ଜଣ ବରିଷ୍ଠଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠଙ୍କୁ ଆବଶ୍ୟକ ସ୍ଥଳେ ପୋଲିସ କିପରି ସହାୟତା କରିପାରିବ ସେନେଇ ଶ୍ରୀଶବର କହିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ପୋଲିସ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।