ଆଦର୍ଶ ଥାନା ର ନୂତନ କୋଠା ର ଉଦ୍ଘାଟନ କେବେ ?

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) :  କଳାହାଣ୍ଡି ଜିଲ୍ଲାରେ ଆଦର୍ଶ ଥାନାର ମାନ୍ୟତା ପାଇଥିବା କେସିଙ୍ଗା ଥାନା ଅନେକ ବର୍ଷ ଧରି ପୁରୁଣା କୋଠାରେ କାମକାଜ ଚାଲିଛି। କୋଠା ଭଲ ଥିଲେ ମଧ୍ୟ ଛୋଟ ଥିବାରୁ ସମୟ ସମୟରେ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଗୋଟିଏ ଛୋଟ ଵିଲ୍ଡିଂ ରେ ଚୋର ମାନଙ୍କ ପାଇଁ ଦୁଇଟି କୋଠରୀ ଥାନା ଅଧିକାରୀଙ୍କ ପାଇଁ ଗୋଟିଏ କୋଠରୀ ଓ ୬ ଜଣ ଦ୍ୱିତୀୟ ଅଧିକାରୀ ମାନେ ଗୋଟିଏ କୋଠରୀରେ ବସି ନିଜର କାମ କରୁଛନ୍ତି। ଏହି ସମସ୍ୟାକୁ ଆଖିଆଗରେ ରଖି ପୂର୍ବ ସରକାର ଅମଳରେ ଏକ ନୂତନ କୋଠା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇ ନୂତନ ସୁନ୍ଦର ଓ ବଡ଼ କୋଠା ନିର୍ମାଣ କରାଯାଇଥିଲା। କୋଠା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଅନେକ ମାସ ବିତିଯାଇଥିଲେ ମଧ୍ୟ ନୂତନ କୋଠା ଉଦ୍ଘାଟନ ହୋଇ ପାରୁନାହିଁ। କଣ ପାଇଁ ନବ ନିର୍ମିତ କୋଠା ଉଦ୍ଘାଟନ ହୋଇ ପାରୁନାହିଁ ତାହାର ଉତ୍ତର କାହାପାଖାରେ ନାହିଁ। ଉଦ୍ଘାଟନ ପାଇଁ ଉଦ୍ଘାଟକ ମିଲୁନାହାନ୍ତି ନା ରାଜନେତାଙ୍କ ରାଜନୈତିକ ପେଶାରେ ପେଶି ହୋଇ ନୂତନ କୋଠା ଉଦ୍ଘାଟନ ହୋଇ ପାରୁନାହିଁ ତାହା ଆଗାମୀ ଦିନରେ ଜଣା ପଡ଼ିବ।