ରାୟଗଡ ବନଖଣ୍ଡ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ

ରାୟଗଡ/କ୍ରାନ୍ତିକ୍ଷେତ୍ର ନ୍ଯୁଜ୍ :  ରାୟଗଡ ବନଖଣ୍ଡ ତରଫରୁ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରିବା ଅବସରରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠାନ କରାଯାଇଥିଲା। ଏହି କାର୍ଯକ୍ରମ ରାୟଗଡର ସହରାଞ୍ଚଳ ବନୀକରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡ ବନଖଣ୍ଡର ବନଖଣ୍ଡ ଅଧିକାରୀ ଅରୁଣ କୁମାର ବିଶ୍ଵାଳ ଏହି ପବିତ୍ର ଅଁଳା ନବମୀରେ ଏକ ଅଁଳା ଚାରା ଲଗାଇ ବୃକ୍ଷ ରୋପଣ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ରାୟଗଡା ବନଖଣ୍ଡର ଅନ୍ୟ କର୍ମଚାରୀ ମାନେ ବିଭିନ୍ନ କିସମ ର ଚାରା ରୋପଣ କରିଥିଲେ। ଏହି କାର୍ଯକ୍ରମରେ ବନଖଣ୍ଡ ଅଧିକାରୀ ଅରୁଣ କୁମାର ବିଶ୍ଵାଳ ନିଜ ଅଭିଭାଷଣରେ ଅଖଣ୍ଡ ଭାରତ ବର୍ଷ ତୋଳିବାରେରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତ୍ୟାଗ ଓ ବଳିଷ୍ଠ ନେତୃତ୍ୱ ବିଷୟରେ ଅବଗତ କରିଥିଲେ। ଆମେ ସବୁ ମିଶି ଏକତା ହୋଇ କିପରି ଅଧିକରୁ ଅଧିକ ବୃକ୍ଷ ରୋପଣ କରି ଆମ ଆଖ ପାଖ ଅଞ୍ଚଳମାନଙ୍କରେ ସବୁଜ ବଳୟ ସୃଷ୍ଟି କରିବା ସେ ଉପରେ ଗୁରୁତ୍ବରୋପ କରିଥିଲେ। ରାୟଗଡ଼ ଉପ-ବନ ସଂରକ୍ଷକ  ଅଶୋକ କୁମାର ପ୍ରଧାନ, ସଂଦୀପ କୁମାର ପୃଷ୍ଟି ଓ ସତିଶ କୁମାର ଧରୁଆଙ୍କ ସହ ରାୟଗଡ଼ ବନଖଣ୍ଡର ସମସ୍ତ ବନକର୍ମଚାରୀ ଏହି କାର୍ଯକ୍ରମ ରେ ଉପସ୍ଥିତ ଥିଲେ । ରାୟଗଡା ବନାଞ୍ଚଳ ଅଧିକାରୀ କମେଶ୍ବର ଆଚାରୀ, ରାୟଗଡାଙ୍କ ଦ୍ବାରା ଏହି କାର୍ଯକ୍ରମ ପରିଚାଳିତ ହୋଇଥିଲା।