ଛାତ୍ରଛାତ୍ରୀଙ୍କୁ ଅଧିକ ଫି ଆଦାୟ ଘଟଣା, ୨ ଶିକ୍ଷକଙ୍କ ବଦଳି

ଝରୀଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ଫୁପଗାଁ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ନାମଲେଖା ବାବଦକୁ ଅଧିକ ଟଙ୍କା ନେଉଥିବା ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ଫେରାଦ ହୋଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏହା ପରେ ଏଡିଇଓ ପ୍ରକାଶ ଚନ୍ଦ୍ର ମହାଳିକ ଏବଂ ଝରୀଗାଁ ବିଇଓ ରଶ୍ମିତା ନେତମ ସ୍କୁଲରେ ପହଞ୍ଚି ଘଟଣା ସମ୍ପକରେ ତଦନ୍ତ କରି ଏହାର ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ସଂପୂକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟୀ ମାଝୀଙ୍କୁ ରାଇଘର ବ୍ଳକ ପୁଟାନାଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳକୁ ଓ ଶିକ୍ଷକ ଯୋଗେନ୍ଦ୍ର ସୋରିଙ୍କୁ ରାଇଘର ବ୍ଲକ ତୁରୁଡିହି ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି। ବିଜୟ ମାଝୀଙ୍କୁ ବଦଳି ପରେ ତାଙ୍କରି ସ୍ଥାନରେ ରାଇଘର ବ୍ଲକ ବୁଚାଗୁଡା ସ୍ଥିତ ଉଚ୍ଚ ବିଦ୍ୟାଳୟର ଅଭିରାମ ଲେଙ୍କା ଏବଂ ବାନୁଆଗୁଡଡା ଉଚ୍ଚ ବିଦ୍ୟାଳୟର ଅରୁଣ ମଣ୍ଡଳ ପୁପୁଗାଁ ବିଦ୍ୟାଳୟକୁ ବଦଳି କରାଯାଇଛି।