୭୬ ତମ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଦିନ ଥିଲା କଳାହାଣ୍ଡି ଭୋକର ଭୋଗଲ ଭାବରେ ସାରା ଭାରତରେ ପରିଚିତ ଥିଲା।ଆଗରୁ କଳାହାଣ୍ଡି ନାଆଁ ଶୁଣିଲେ ଛୋଟ ରୁ ବଡ଼ ଚାକିରିଆ ମନେ କଳାହାଣ୍ଡି ଜିଲ୍ଲାକୁ ଆସିବା ପାଇଁ ସଙ୍କୋଚ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟର ପାଶା ପଲଟି ଯାଇଛି । ରାଜ୍ୟ ରେ ଧାନ ଉତ୍ପାଦନ ରେ ଦ୍ୱିତୀୟ କପା ଉତ୍ପାଦନରେ ପ୍ରଥମ ରାସ୍ତା ଘାଟ ଚକାଚକ୍, ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଆଜି କଳାହାଣ୍ଡି ଜିଲ୍ଲା ସାରା ଭାରତରେ ପରିଚିତ , ଜିଲ୍ଲାର କଳା ସଂସ୍କୃତି ଓ ବୀରବାଦ୍ୟ ଘୁମୁରା ପାଇଁ ଆଜି ଜିଲ୍ଲା କୁ ସାରା ପୃଥିବୀରେ ଲୋକେ ଜାଣିଛନ୍ତି । ଜିଲ୍ଲାର ଇତିହାସ ଯେତିକି ରୋଚକ ଏହାର କଳା ଓ ସଂସ୍କୃତି ମଧ୍ୟ ସେତିକି ମଧୁର।ଅନ୍ୟପଟେ ୨୪ ବର୍ଷର ବିଜେଡି ବିଜେଡି ଶାସନରେ ଜିଲ୍ଲାରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ମେଡିକାଲ କଲେଜ , କୃଷି କଲେଜ, ପଲିଟେକନିକ୍ କଲେଜ, ଆଇ ଟି ଆଇ, ନର୍ସିଂ କଲେଜ , କେନ୍ଦ୍ରୀୟ ବିଦ୍ୟାଳୟ , ଆଦର୍ଶ ବିଦ୍ୟାଳୟ, ସ୍ଵୟଂ ଶାସିତ କଲେଜ ନିର୍ମାଣ କରାଯାଇ ଆଞ୍ଚରେ ଅନେକ ବିକାଶ କରାଯାଇଛି ଭଲ ଶିକ୍ଷା ଜିଲ୍ଲାରେ ପହଞ୍ଚି ପାରିଛି । ସେଥି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧେୟ ନବୀନ ପଟ୍ଟନାୟକ ଙ୍କୁ ଜିଲ୍ଲା ବାସୀ ଙ୍କ ତରଫରୁ ଅଭିନନ୍ଦନ ଓ କୃତଜ୍ଞତା । ବଣଭୋଜି ସିଜନ ରେ ସାରା ରାଜ୍ୟ ସମେତ ପଡୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ଅନେକ ପର୍ଯ୍ୟଟକ କଳାହାଣ୍ଡି ଆସି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଜିଲ୍ଲାର ମାନ ବଢାଉଛନ୍ତି।ନଭେମ୍ବର ୧ ତାରିଖ କଳାହାଣ୍ଡି ର ପ୍ରତିଷ୍ଠା ଦିବସ ଚଳିତ ବର୍ଷ କଳାହାଣ୍ଡି ତାହାର ୭୬ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳନ କରୁଛି । ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ରେ ମଧ୍ୟ ବେଶ ହର୍ଷଉଲ୍ଲାସ ରେ ପ୍ରତିଷ୍ଠା ଦିବସ ପାଳନ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକକାର୍ଯ୍ୟାଳୟ ପରିସରରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଙ୍କ ସଭାପତିତ୍ବରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କେସିଙ୍ଗା ଏସ ଡି ପି ଓ ସନ୍ଦୀପ ମାଝୀ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଏବିଡିଓ ସିଦ୍ଧେଶ୍ୱର ମେହେର, ଏମପି ରିପ୍ରେଜେନଟେଟିଭ ପ୍ରଶାନ୍ତ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତା କର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।