କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁବ ସମାବେଶ ଅବସରରେ ଉଛୁଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ରବିବାର ଆଇଁଲି ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ମଅନୁଷ୍ଠିତ ହୋଇଛି। ଏହି ଅବସରରେ ମହିଚଳାଠାରୁ ଉଛୁଲା ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଉଛୁଲା ପହଞ୍ଚିବା ପରେ ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା। ପରେ ଉଛୁଲା ପିଏଚସି ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ବେଣୁଧର କୁମାରଙ୍କ ସଭାପତିତ୍ୱରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଙ୍ଗଠନର ଯୁବ ସଂଯୋଜକ ସାଇ ଶିବାତ୍ମନ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ରକ୍ତଦାନ ଶିବିରରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ରାଜ୍ୟ ବଳବିକାଶ ତାଲିମ ନିର୍ବାହକ ଶିବପ୍ରସାଦ ମହାନ୍ତି, ସତ୍ୟସାଇ ସେବା ସଙ୍ଗଠନ କଳାହାଣ୍ଡି ସଦସ୍ୟ ତଥା ପୂର୍ବତନ ବିଧାୟକ ମୌଷଧି ବାଗ, ଜିଲ୍ଲା ଯୁବ ପରିଷଦ ସଦସ୍ୟ ସାଇ ଦେବାତ୍ମନ୍ ବେହେରା, କଳାହାଣ୍ଡି ମହିଳା ସେବା ସଂଯୋଜିକା ପଦ୍ମିନୀ ମହାନ୍ତି, ପ୍ରେମତରୁ ସଂଯୋଜକ ମହେଶ୍ୱର ରଣା, ଗ୍ରାମସେବା ସଂଯୋଜକ ସୁବାସ ପଣ୍ଡା, ରକ୍ତ ସଂଗ୍ରହ ନିର୍ବାହକ ରଞ୍ଜିତ ବେଶ୍ରା ଓ ଆଇଁଲି ସମିତି ଆବାହକ କୁଞ୍ଜ ବିହାରୀ ସାହୁ, ଫକୀର ନାରାୟଣ ସାହୁ, ବସନ୍ତ କୁମାର ମାଝୀ, କୁମଦ ଚନ୍ଦ୍ର ମାଝୀ, ଟିକେଶ୍ୱର୍ ସାହୁ, ଜୀମୁତ ବାହାନ ମାଝି ଓ ନୂଆଗୁଡା ସତ୍ୟସାଇ ଭଜନ କେନ୍ଦ୍ରର ସୁବ୍ରତ କୁମାର ସ୍ୱାଇଁ, କିଶୋର ଚନ୍ଦ୍ର ସାହୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଯୁବ ପରିଷଦ ସଦସ୍ୟ ଧର୍ମେନ୍ଦ୍ର ବାଗ ପରିଚାଳନା କରିଥିବା ବେଳେ ଜିଲ୍ଲା ଆଦିବାସୀ ଉନ୍ନୟନ ନିର୍ବାହକ ପ୍ରେମଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

